ଯାତ୍ରୀବାହୀ ବସ୍ ପଛକୁ ଧକ୍କା ଦେଲା ଆମ୍ବ ବୋଝେଇ ମିନି ଟ୍ରକ, ୨ ଗୁରୁତର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗୁରୁବାର ଭୋର ପ୍ରାୟ ସାଢେ ୩ଘଂଟା ସମୟରେ ହିଞ୍ଜିଳି ଥାନା ପୋଚିଲିମା ଛକ ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖ ୫୯ନଂ ଜାତୀୟ ରାଜପଥ ଉପରେ ଏକ ଘରୋଇ ଯାତ୍ରୀବାହୀ ବସ୍ କାମଧେନୁ (ଓଆର୦୭ୟୁ ୧୪୪୭)ପଛକୁ ଏକ ଆମ୍ବ ବୋଝେଇ ମିନି ଟ୍ରକ (ଓଡ଼ି୧୨ଏ ୫୨୧୪)ଧକ୍କା ଦେବା ଫଳରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ମିନି ଟ୍ରକ ଚାଳକ ଫୁଲବାଣୀ ଅଂଚଳର ସୂର୍ଯ୍ୟକାନ୍ତ ଭୋଇ (୨୬) ଓ ସହଯୋଗୀ ସନ୍ତୋଷ ପାତ୍ର (୩୬) । ଖବର ପାଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଘଟଣଶ ସ୍ଥଳରେ ପଂହଚି ଆହତ ଦ୍ୱୟଙ୍କୁ ଉଦ୍ଧାର କରି ଚିକିିତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପୁଲିସ ଦୂର୍ଘଟଣା ସ୍ଥଳରେ ପଂହଚି ଦୂର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଏକ ଘରୋଇ ଯାତ୍ରୀବାହୀ ବସ ବ୍ରହ୍ମପୁର ଠାରୁ ଫେରନ୍ତା ପ୍ରବାସୀଙ୍କୁ ନେଇ ବେଲଗୁଣ୍ଠା ଅଂଚଳରେ ଓହ୍ଲାଇ ଫେରିବା ବେଳେ ପୋଚିଲିମା ଛକ ନିକଟରେ ବସକୁ ରାସ୍ତା ପ୍ୱାଶ୍ୱର୍ର ରଖି ଶୌଚ କରିବାକୁ ଯାଇଥିଲେ । ଉକ୍ତ ସମୟରେ ଫୁଲବାଣୀ ଠାରୁ ଆମ୍ବ ବୋଝେଇ କରି ବ୍ରହ୍ମପୁର ଅଭିମୂଖେ ଯାଉଥିବା ଏକ ମିନିଟ୍ରକ ଆସି ବସ ପଛକୁ ଧକ୍କା ଦେଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ