ଯାତ୍ରୀ ବିଶ୍ରାମାଗାରରେ ଦେଶୀ ମଦ ବିକ୍ରି; ମଦ ଜବତ ସହ ଜଣେ ଗିରଫ
ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ): ଯାତ୍ରୀ ବିଶ୍ରାମାଗାରରେ ଦେଶୀ ମଦ ବିକ୍ରି ହେଉଥିବା ବେଳେ ବେଲଗୁଣ୍ଠା ପୋଲିସ୍ ଦେଶୀ ମଦ ଜବତ କରିବା ସହ ଜଣେ ବେଆଇନ୍ ମଦ ବେପାରୀକୁ ଗିରଫ କରିଛି I ସୂଚନା ପ୍ରକାରେ ଶନିବାର ଦିନ ବେଲଗୁଣ୍ଠା ବ୍ଳକ୍ ଡିମିରିପଲ୍ଲୀ ଗ୍ରାମର ଭଞ୍ଜ ବେହେରା ନାମକ ଜଣେ ବ୍ୟକ୍ତି ଡିମିରିପଲ୍ଲୀ ଯାତ୍ରୀ ବିଶ୍ରାମାଗାରରେ ଦେଶୀ ମଦ ବିକ୍ରି କରୁଥିବା ସୂଚନା ପାଇ ବେଲଗୁଣ୍ଠା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଭଞ୍ଜକୁ ଗିରଫ କରିବା ସହିତ ସେଠାରୁ ୨୦ ଲିଟର୍ ଦେଶୀ ମଦ ମଧ୍ଯ ଜବତ କରିଥିଲା I ଭଞ୍ଜକୁ ଗିରଫ କରି ତା ବିରୁଦ୍ଧରେ ଓଡ଼ିଶା ଅବକାରୀ ଆଇନ୍ 52(A) ଧାରାରେ କେଶ୍ ନମ୍ବର୍ 02/21 ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ଜାରି ରହିଛି ବୋଲି ବେଲଗୁଣ୍ଠା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି I ବର୍ଷ ଆରମ୍ଭରୁ ମଦ ଜନିତ ମାମଲା ଦୃଷ୍ଟିକୁ ଆସିଥିବାରୁ ଆଗକୁ ବେଆଇନ୍ ମଦ କାରବାର ରୋକିବା ଦିଗରେ ବେଲଗୁଣ୍ଠା ଥାନା ପୋଲିସ୍ ଅଧିକ ଯତ୍ନବାନ୍ ହେବେ ବୋଲି ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି I


