ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କ ନିମନ୍ତେ ସ୍ବାଗତ ମହୋତ୍ସବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କ ନିମନ୍ତେ ସ୍ବାଗତ ମହୋତ୍ସବ ମହାସମାରୋହରେ ପାଳିତ ହେଇଯାଇଅଛି। ଉତ୍ସବ ଆରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ସ୍ବାଗତ ଉତ୍ସବର ମହତ୍ବ ଓ ଗୁରୁତ୍ୱ ଉପରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ।ଏହି କାର୍ଯ୍ୟକ୍ରମରେ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କ ସଂଗୀତ ନିର୍ଦ୍ଦେଶନାରେ ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ଶିକ୍ଷାନୁଷ୍ଠାନର ଅନ୍ୟତମ ଅଧ୍ୟାପକ ଡଃ ନୃସିଂହ ପାଣିଗ୍ରାହୀ ଛାତ୍ରୀ ଜୀବନରେ ପାଠ ସହ ସାଠର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। ପରେ ପରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ଦ୍ବାରା ନିଜ ପରିଚୟ ପ୍ରଦାନ ସହ ଦ୍ବିତୀୟ ବର୍ଷ ଛାତ୍ରୀଙ୍କ ସହ ବନ୍ଧୁମିଳନର ଆୟୋଜନ କରାଯାଇଥିଲା ଏବଂ ଶେଷରେ ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଭାରତୀୟ ପାରମ୍ପରିକ ବେଶଭୂଷାକୁ ସୂଚାଇବାକୁ ଯାଇ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ମଧ୍ୟରେ ଏକ ରାମ୍ପ ସୋ ର ଆୟୋଜନ ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଶେଷ ଭାବରେ ସଫଳ କରିବାରେ ବରିଷ୍ଠ ଅଧ୍ୟାପିକା ଡ. ମନସ୍ବିନୀ ଦାସ,ଡ. ମହେନ୍ଦ୍ର ରଇତ,ଡ. ନୃସିଂହ ପାଣିଗ୍ରାହୀ ଏବଂ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକାଙ୍କ ବିଶେଷ ସହଯୋଗ ରହିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ