ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶିତ : ବିଜ୍ଞାନରେ ଅଭିନ୍ନ ସୁନ୍ଦର ଓ ବାଣିଜ୍ୟରେ ଶୁଭ୍ରଜିତ କଲେଜ ଟପ୍ପର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ପତ୍ରପୁର ଗ୍ରାମର ଅଭିଜ୍ଞ ସୁନ୍ଦର ନାୟକ ୫୫୮ (୯୨ ପ୍ରତିଶତ) ନମ୍ବର ରଖି ମହାବିଦ୍ୟାଳୟର ବିଜ୍ଞାନ ଟପ୍ପର ହୋଇଥିବା ବେଳେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦର ପୁର ପଞ୍ଚାୟତର ମଡରପୁର ଗ୍ରାମର ଶୁଭ୍ରଜିତ ସିଂ ୫୭୬(୯୪.୩ )ପ୍ରତିଶତ ନମ୍ବର ରଖି କଲେଜର ବାଣିଜ୍ୟ ଟପ୍ପର ହୋଇଛନ୍ତି ବୋଲି କଲେଜ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଓ ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ବିଶ୍ୱରଞ୍ଜନ ପୁହାଣ ସୂଚନା ଦେଇଛନ୍ତି । ବିଜ୍ଞାନରେ ୩୮୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ୩୫୩, ଦ୍ୱିତୀୟ ଶ୍ରେଣୀରେ ୨୬ ଓ ତୃତୀୟ ଶ୍ରେଣୀରେ ଜଣେ ଉତ୍ତୀର୍ଣ୍ଣ ହୋଇଛନ୍ତି । ୪ ଜଣ ଛାତ୍ରଛାତ୍ରୀ ଅକୃତକାର୍ଯ୍ୟ ହୋଇଛନ୍ତି । ସେହିପରି ୮ ଜଣ ଛାତ୍ରଛାତ୍ରୀ ବିଜ୍ଞାନରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ମହାବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି । ସେହିପରି ଆଳିର ସ୍ଥିତିପ୍ରଜ୍ଞା ଦାସ ୫୫୧ ନମ୍ବର ରଖି ଦ୍ୱିତୀୟ ଓ ଆଳିର ଅନ୍ୟ ଜଣେ ଛାତ୍ର ସତ୍ୟଜିତ ପାଢୀ ୫୫୦ ନମ୍ବର ରଖି କଲେଜରେ ତୃତୀୟ ସ୍ଥାନ ହାସଲ କରିିଛନ୍ତି । ବାଣିଜ୍ୟରେ ୨୨୧ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୨୧୮ ଛାତ୍ରଛାତ୍ରୀ ଉତ୍ତରୀର୍ଣ୍ଣ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ୧୯୨, ଦ୍ୱିତୀୟ ଶ୍ରେଣୀରେ ୧୭ ଓ ତୃତୀୟ ଶ୍ରେଣୀରେ ୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ମାତ୍ର ୩ଜଣ ଛାତ୍ରଛାତ୍ରୀ ଅକୃତକାର୍ଯ୍ୟ ହୋଇଛନ୍ତି । ବାଣିଜ୍ୟରେ ପଟ୍ଟାମୁଣ୍ଡାଇର ରଞ୍ଜନ କୁମାର ରାଉତ ଓ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦର ପୁର ପଞ୍ଚାୟତ ହାଲପୁର ଗ୍ରାମର ରବିନାରାୟଣ ପ୍ରଧାନ ଉଭୟ ୫୬୫ ନମ୍ବର ରଖି ଯୁଗ୍ମ ଭାବେ କଲେଜରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଆୟବାର ସୁନିଲ କୁମାର ସ୍ୱାଇଁ ୫୫୯ ନମ୍ବର ରଖି କଲେଜରେ ତୃତୀୟ ସ୍ଥାନରେ ଅଛନ୍ତି । ବାଣିଜ୍ୟରେ ୧୮ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ମହାବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି । ବିଜ୍ଞାନରେ ପାସ ହାର ୯୯ ପ୍ରତିଶତ ଓ ବାଣିଜ୍ୟରେ ପାସ ହାର ୯୮.୬ ପ୍ରତିଶତ ରହିଛି ବୋଲି ଅଧ୍ୟକ୍ଷ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ଉଭୟ ବିଜ୍ଞାନ ଓ ବାଣିଜ୍ୟ ଟପ୍ପର ଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବେହେରା, ଅଧ୍ୟାପକ ରଞ୍ଜିତ କୁମାର ଦାସ ଓ ଅନ୍ୟ ଅଧ୍ୟାପକ, ଅଧ୍ୟାପିକମାନେ ଶୁଭେଚ୍ଛା ଜଣାଇଛନ୍ତି । ଫଳ ପ୍ରକାଶ ପାଇବା ପରେ ମହାବିଦ୍ୟାଳୟରେ ଖୁସିର ଲହରୀ ଖେଳି ଯାଇଛି ।