ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ଯୋଡା ଥାନା ତଥା ସହରର ୭ନଂ ଓାର୍ଡସ୍ଥିତ କମାରଯୋଡାଠାରେ ରହୁଥିବା ରଂଜିତ ପାତ୍ର ନାମକ ଯୁବକଙ୍କୁ କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଯୋଡା ଥାନାରେ ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଯୋଡା ଟାଟାଷ୍ଟିଲ ଡାକ୍ତରଖାନାର ଆଇସିୟୁରେ ଭର୍ତି ହୋଇଥିବା ରଂଜିତ ପାତ୍ରଙ୍କର ବାପା ମହେଶ ପାତ୍ର ତା ୨୨/୧୧/୨୦୧୯ ରିଖ ଶୁକ୍ରବାର ଦିନ ଯୋଡା ଥାନାରେ ଆକ୍ରମଣ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ସେ ତାଙ୍କ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ୬ ମାସ ହେବ ତାଙ୍କ ପୁଅ ରଂଜିତ ପାତ୍ର କମାରଯୋଡାସ୍ଥିତ ଅମିତ ଲୋହାରଙ୍କ ଘରେ ଭଡାରେ ରହୁଥିଲେ । ଗତ ତା ୨୧/୧୧/୨୦୧୯ ରିଖ ଅପରାହ୍ନ ପ୍ରାୟ ୩ ଘଟିକା ସମୟରେ ରଂଜିତ ପାତ୍ର ଭଡା ଘରକୁ ଆସୁଥିବା ବେଳେ ଅମିତ, ଚିଲି, ନାଲୁ, ଅଜୟ ଓ ଅନ୍ୟମାନେ ମିଶି ରଂଜିତ ପାତ୍ରଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇ ଗୋଇଠା, ମୁଥ , ବିଧା ଓ ଠେଙ୍ଗାରେ ପ୍ରବଳ ମାଡ ମାରି ରକ୍ତାତ କରିଦେଇଥିଲେ । ଫଳରେ ରଂଜିତ ପାତ୍ର ଘଟଣା ସ୍ଥଳରେ ଅଚେତ ହୋଇ ପଡିଯାଇଥିଲେ । ପୋଲିସ ଉଦ୍ଧାର କରି ରଂଜିତ ପାତ୍ରଙ୍କୁ ଡାକ୍ତରଖାନାରେ ଭର୍ତି କରାଇଥିଲା । ଲିଖିତ ଅଭିଯୋଗ ପାଇବା ପରେ ଯୋଡା ପୋଲିସ କେଶ୍ ନଂ ୨୦୨/୨୦୧୯, ଦଫା ୩୪୧,୨୯୪, .୩୨୩, ୩୨୫, ୫୦୬, ଆଇପିସି ୩୪ ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।