ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଲଣ୍ଡେଇସାହି ରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି l ଲଣ୍ଡେଇସାହିର ଦିଲୀପ ରାୟଗୁର ବାହାରେ ରହୁଥିବା ବେଳେ ତାଙ୍କ ପରିବାରରେ ରହୁଥିବା ନିଜର ସ୍ତ୍ରୀ, ପୁଅ ଏବଂ ୨୧ ବର୍ଷର ଝିଅଙ୍କ ଭିତରେ କୌଣସି କାରଣକୁ ନେଇ ପାରିବାରିକ କଳହ ହୋଇଥିଲା ଯାହାଫଳରେ ଝିଅ ଶୁଭସ୍ମିତା ରାୟଗୁରୁ ରାଗି ଯାଇ ନିଜ ଦେହରେ କିରୋସିନି ଢାଳି ନିଆଁରେ ପୋଡି ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି l କିନ୍ତୁ ପରିବାର ଲୋକେ ଏହା ଜାଣିବା ପରେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ l ସେଠାରେ ସେହି ଯୁବତୀଙ୍କର ଶରୀରର ୯୦ ପ୍ରତିଶତ ଅଂଶ ପୋଡିଯିବା ସହିତ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଛନ୍ତି l ଯୁବତୀ ଜଣକ ଆତ୍ମହତ୍ୟା କରିଥବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ କରୁଛି l


