ଯୁବତୀଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି,(ଓ୍ୱାଇଏନ୍‌ଏସ୍‌): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡା ପଞ୍ଚାୟତ ଦେଓଖାଳି ଗ୍ରାମ ନିକଟ କଣ୍ଟେଇଯୋଡ଼ି ନଦୀପଠାରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀଙ୍କ ଜଣକ ହେଲେ ଦେଓଖାଳି ଗ୍ରାମର ପ୍ରମୋଦିନୀ ଓରଫ ଲତା ନାୟକ (୨୧)। ଲତା ତାଙ୍କ ମା’ଙ୍କ ସହ ସକାଳେ ରାଶି ଫସଲ ଜମିକୁ ଯାଇଥିଲେ। ସେଠାରୁ ଲତା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ, ମାତ୍ର ଗାଧୋଇବାକୁ ଯାଇ ଲତା ଘରକୁ ଫେରି ନଥିବା ଦେଖି ତାଙ୍କ ମା’ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ପାଇ ନ ଥିଲେ। ପୂର୍ବାହ୍ନ ୧୦ ଟାରେ ଗ୍ରାମର କେତେକ ବ୍ୟକ୍ତି ନଦୀପଠାରେ ଲତାଙ୍କ ମୃତଦେହ ପଡିଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଘରକୁ ନେଇ ଆସିଥିଲେ। ଏ ନେଇ ଗ୍ରାମରକ୍ଷୀ ଥାନାକୁ ଖବର ଦେବା ପରେ ଚିକିଟି ଏସଡିପି ଓ ସୁରେନ୍ଦ୍ର ନାଥ ମୁର୍ମୁ, ନୂଆଗାଁ ଥାନା ଆଇଆଇସି ମାଧବାନନ୍ଦ ନାୟକ, ପହଞ୍ଚି ମୃତଦେହ ଜବତ କରିବାସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇ ଦେଇଛି। ଯୁବତୀଙ୍କ ନାକରୁ ରକ୍ତ ବାହାରୁଥିବା ସହ ମୁହଁ ଓ ଶରୀରର ବିଭିନ୍ନ ଭାଗରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ