କାର୍ଯ୍ୟରତ ଡାକ୍ତରଙ୍କ ଉପରେ ଆକ୍ରମଣ: ଛିଣ୍ଡିଗଲା କାନ

ବ୍ରହ୍ମପୁର (ଓ୍ୱାଇଏନ୍‌ଏସ୍‌): ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଜଣେ ରୋଗୀଙ୍କ ସମ୍ପର୍କୀୟ କାର୍ଯ୍ୟରତ ଡାକ୍ତରଙ୍କ କାନ କାମୁଡି ଛିଣ୍ଡାଇ ଦେବା ଘଟଣା ଚର୍ଚ୍ଚା ପରିସରକୁ ଆସିଛି । ଏନେଇ ବୈଦ୍ୟନାଥପୁର ଥାନାରେ ଆହତ ଡାକ୍ତର ସାକିଲ ଖାନ ଅଭିଯୋଗ କରିଛନ୍ତି, ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପୁରୋଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ଛକର ତାରିଣୀ ମହାପାତ୍ରଙ୍କୁ ଗିରଫ କରାଯାଇଛି । ଘଟଣାରୁ ପ୍ରକାଶ ଯେ, ତାରିଣୀ ମହାପାତ୍ରଙ୍କ ସ୍ତ୍ରୀ ଗର୍ଭବତୀ ଥିବା ବେଳେ ତାଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍‌ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା। ରବିବାର ମହିଳାଙ୍କୁ ପ୍ରସବ ପାଇଁ ଲେବର ରୁମକୁ ନିଆଯାଇଥିଲା। ସେଠାରେ ତାଙ୍କ ସ୍ତ୍ରୀ ଚିତ୍କାର କରୁଥିବା ଶୁଣି ତାରିଣୀ ଲେବର ରୁମକୁ ଯିବା ପାଇଁ ଉଦ୍ୟମ କରିଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ସାକିଲ ଖାନ ତାଙ୍କୁ ବାରଣ କରିଥିଲେ। ଏହାକୁ ନେଇ ସେଠାରେ ରୋଗୀ ସମ୍ପର୍କୀୟ ଓ ଡାକ୍ତରଙ୍କ ମଧ୍ୟରେ ଝଗଡା ହୋଇଥିଲା। ପରେ ତାରିଣୀ ଡାକ୍ତର ସାକିଲଙ୍କ କାନ ମୁଣ୍ଡାକୁ ଜୋରରେ କାମୁଡ଼ି ଦେଇଥିଲେପରେ ସେ ସେଠାରେ ଥିବା ଅନ୍ୟ ଡାକ୍ତର ଓ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ଖବର ପାଇ ବ୍ରହ୍ମପୁର ଏସ୍ଡିପିଓ ଓ ବୈଦ୍ୟନାଥପୁର ଥାନାଧିକାରୀ ପହଞ୍ଚି ଡାକ୍ତରଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତଙ୍କୁ କାବୁ କରି ଥାନାକୁ ଆଣିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ