ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ପୂର୍ବତନ ରାଷ୍ଟ୍ରୀୟ ସଭାପତିଙ୍କ ଜନ୍ମୋତ୍ସବ ପାଳିତ
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ପୂର୍ବତନ ରାଷ୍ଟ୍ରିୟ ସଭାପତି ରାହୁଲ ଗାନ୍ଧୀଙ୍କର ଜନ୍ମୋତ୍ସବ ଶୁକ୍ରବାର ପାଳନ କରାଯାଇଛି । ଏହି ଅବସରରେ ନାଉଗାଁ ଦାଣ୍ଡୁଆ ପଡିଆ ଠାରେ ଥିବା ଅସହାୟ ଗରିବ ବ୍ୟକ୍ତି ମାନଙ୍କୁ ଶୁଖିଲା ଖାଦ୍ୟ, ସାବୁନ, ମାସ୍କ ବିତରଣ କରାଯିବା ସହିତ କରୋନା ସଂପର୍କରେ ସଚେତନତା କରାଯାଇଥିଲା । ଓଡିଶା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଞିବ ବିଶ୍ୱାଳ ଙ୍କ ନିର୍ଦ୍ଦେଶକ୍ରମେ ଛାତ୍ର ଓ ଯୁବ ନେତା ସୁନିଲ କୁମାର ମାଟିଆ,ଜିଲା ଛାତ୍ର କଂଗ୍ରେସ ସଭାପତି ପ୍ରିତମ ପରିଜା,ମନୋଜ କୁମାର ନାୟକ,ସୈାମ୍ୟ ରଂଜନ ଦାସ,ସ୍ମୃତି ରଂଜନ ଜେନା,ବୁଲୁ ସ୍ୱାଇଁ,ଅମନଦୀପ ରାଉତ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।