ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଓଡିଶାରୁ ଦୀପଜ୍ୟୋତି ମୁଣ୍ଡ୍ ମନୋନୀତ
ଭୁବନେଶ୍ୱର, (ୱାଇଏନ୍ଏସ୍): ଭାରତୀୟ ଜନତା ପାର୍ଟୀ ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ଅନୁମୋଦନ କ୍ରମେ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜସ୍ୱୀ ସୂର୍ଯ୍ୟା ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ନାମ ତାଲିକା ଘୋଷଣା କରିଛନ୍ତି । ଓଡିଶା ରାଜ୍ୟରୁ ଦୀପଜ୍ୟୋତି ମୁଣ୍ଡ୍ ଏହି ତାଲିକାରେ ସ୍ଥାନ ପାଇଛନ୍ତି ।
ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତାଲିକାରେ ଦୀପଜ୍ୟୋତି ମୁଣ୍ଡ୍ଙ୍କୁ ସ୍ଥାନ ଦିଆଯାଇଥିବାରୁ ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜସ୍ୱୀ ସୂର୍ଯ୍ୟା ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଓଡିଶାର ଏକ ପ୍ରତିଭାବାନ ଯୁବ ନେତାଙ୍କୁ ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଘୋଷଣା କରିବା ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ । ଏହା ରାଜ୍ୟର ଅନ୍ୟ କାର୍ଯ୍ୟକର୍ତାଙ୍କ ମନୋବଳ ବୃଦ୍ଧି କରିବା ସହ ଦଳ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।


