ଯୋଗ ମହୋତ୍ସବ ସମିତିର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):‘ବୃକ୍ଷ ହିଁ ଜୀବନ’ । ବୃକ୍ଷ ବିନା ନା ପରିବେଶ ସନ୍ତୁଳିତ ହୋଇପାରିବ ନା ମଣିଷର ପ୍ରାଣଶକ୍ତିର ଆଧାର ପ୍ରାଣର ଶୁଦ୍ଧିକରଣ ସମ୍ଭବ ହୋଇପାରିବ । ସମସ୍ତ ଜୀବନଜଗତର ଆଧାର ହେଉଛି ବୃକ୍ଷ । ବୃକ୍ଷରୋପଣ ସପ୍ତାହ ଉପଲକ୍ଷେ ଯୋଗ ମହୋତ୍ସବ ସମିତି, ବାଲେଶ୍ୱର ଆନୁକୂଲ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସୁନହଟ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ହରିଡ଼ା, ବାହାଡ଼ା, ଅଁଳା, ବଉଳ ପ୍ରଭୃତି ଔଷଧୀୟ ବୃକ୍ଷ ସହିତ ଅନ୍ୟାନ୍ୟ ବିଭିନ୍ନ ପ୍ରକାର ବୃକ୍ଷ ଯୋଗ ସମିତିର କର୍ମକର୍ତ୍ତା ତଥା କାଳୀମନ୍ଦିର ଯୋଗ କେନ୍ଦ୍ରର ସାଧକ ସାଧିକାମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା । ଯୋଗକେନ୍ଦ୍ରର ସଭାପତି ପ୍ର. ଜୟସ୍ମିତା ନାୟକ, ଉପସଭାପତି ରୀତା ରାଉତ, ସମ୍ପାଦକ ରଞ୍ଜନ କୁମାର ସାହୁଙ୍କ ସମେତ ଯୋଗ ମହୋତ୍ସବ ସମିତିର ଉପସଭାପତି ଦମୟନ୍ତୀ ମହାପାତ୍ର, ସମ୍ପାଦକ ଅଜୟ ଚୌଧୁରୀ, ସହ ସମ୍ପାଦକ ସଞ୍ଜିବ ତାଲଦିଙ୍କ ସମେତ ବିଦ୍ୟାଳୟର ପ୍ରଧାନ ଗୁରୁଜୀ ଶ୍ରୀ ରାଜେନ୍ଦ୍ର ବାରିକ, ଗୁରୁଜୀ ସଞ୍ଜିବ ମହାପାତ୍ର, ସଂଗ୍ରାମ କେଶରୀ ଦାଶ, ଗୁରୁଜୀ ସରୋଜ ରାଉତ, ଗୁରୁଜୀ ଚନ୍ଦନ କୁମାର ବେହେରା, ଗୁରୁମା ଅଞ୍ଜଳି ଦାସ, ଗୁରୁମା ସବିତା ନାୟକ, ରଶ୍ମିତା ପରିଡ଼ା, ଗରୁମା ମମିତା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ବିଦ୍ୟାଳୟର ସଭାପତି ଶ୍ରୀ ବ୍ୟୋମନାଥ ରଥ, ସିଦ୍ଧେଶ୍ୱର ବିନ୍ଧାଣୀ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।ଏହି ଅବସରରେ ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା ଏକ ବକ୍ତୃତା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଚ୍ଚ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ପ୍ରଥମ କୁମାରୀ ମଧୁସ୍ମିତା ଦାସ, ୭ମ ଶ୍ରେଣୀ, ଦ୍ୱିତୀୟ କୁମାରୀ ଦେବସ୍ମିତା ମାଇତି, ୭ମ ଶ୍ରେଣୀ ଓ ତୃତୀୟ ସ୍ଥାନ ଶ୍ରୀ ଅଭିଷେକ ମାଣିକ, ୭ମ ଶ୍ରେଣୀଙ୍କୁ ପାଠ୍ୟ ସାମଗ୍ରୀ ସହିତ ନଗଦ ରାଶି ପ୍ରଦାନ କରାଯାଇଥିଲା । ସେହିଭଳି ନିମ୍ନ ଶ୍ରେଣୀ ପାଇଁ ୧ମ ସାନଭି ବିଶ୍ୱାଳ, ୪ର୍ଥ ଶ୍ରେଣୀ, ୨ୟ ଜିଜ୍ଞାସା ପାଣିଗ୍ରାହୀ, ୪ର୍ଥ ଶ୍ରେଣୀ, ୩ୟ ଜିବିଙ୍କା ବେହେରା, ୪ର୍ଥ ଶ୍ରେଣୀ ହୋଇଥିଲେ । ଶେଷରେ ପିଲାମାନଙ୍କୁ ବିସ୍କୁଟ ଜଳଖିଆ ଆଦି ମଧ୍ୟ ବଣ୍ଟନ କରାଯାଇଥିଲା ବୋଲି ଯୋଗ ସମିତିର ସଭାପତି ଶ୍ରୀ ସୁଜିତ କୁମାର ଜେନା ଜଣାଇଛନ୍ତି ।