ଯୋଡାରେ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ

ଯୋଡା (ସମୀର କୁମାର ଦାସ) : କରୋନା ମହାମାରୀ ସମୟରେ ଯୋଦ୍ଧା ରୂପେ ଜନସାଧାରଣଙ୍କୁ ସେବା ଯୋଗାଉଥିବା ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ, ପୋଲିସ ଓ ସଫେଇ କର୍ମଚାରୀଙ୍କୁ ସେନଟ ଜୋହନ ଆମ୍ବୁଲାନ୍ସ ଓ ଟାଟାଷ୍ଟିଲ ଯୋଡା ବ୍ରିଗେଡ୍ ପକ୍ଷରୁ ସମ୍ମାନୀତ କରାଯାଇଛି । କମାର ଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଯୋଡା କେନ୍ଦ୍ରୀୟ ଚିକିତ୍ସାଳୟ, ସମସ୍ତ ଡାକ୍ତର , ସ୍ୱାସ୍ଥ୍ୟ କର୍ମଚାରୀ ଓ ସଫେଇ କର୍ମଚାରୀ ଏବଂ ଯୋଡା ଥାନାରେ କାର୍ଯ୍ୟରତ ସମସ୍ତ ପୋଲିସ ଅଧିକାରୀ , କର୍ମଚାରୀମାନଙ୍କୁ ସେନଟ ଜୋହନ ଆମ୍ବୁଲାନ ପକ୍ଷରୁ ଉତରୀୟ ସହ ସାନିଟାଇଜର ଓ ମାସ୍କ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିିଥି ଭାବେ ସେନଟ ଜୋହନ ଆମ୍ବୁଲାନର ସଂପାଦକ ସନତ କୁମାର ପଟ୍ଟନାୟକ, ଟାଟାଷ୍ଟିଲ ଯୋଡା ମୁଖ୍ୟ ରାଜେଶ କୁମାର, ଟାଟାଷ୍ଟିଲ ଫେରୋଲୋଏଜ୍ ପ୍ଲାନ୍ଟର ମୁଖ୍ୟ ଗଣେଶ ପ୍ରସାଦ ସାହୁ ଉପସ୍ଥିତ ରହି ଏହି ଯୋଦ୍ଧାମାନଙ୍କୁ ସମ୍ମାନୀତ କରିଥିଲେ । କାର୍ଯ୍ୟକମକୁ ଯୋଡା ବ୍ରିଗେଡ୍ ର ଡିଭିଜନାଲ କମାଣ୍ଡର ପି ଭେଙ୍କେଟେରାଓ , ସୁପିଲ କୁମାର ସାମଲ, ଆମ୍ବୁଲାନ୍ସ ଅଫିସର ସଂଜୟ ମହାନ୍ତି, ସରୋଜକାନ୍ତ ସାହୁ ଓ ସମାଜସେବୀ ସରୋଜ କୁମାର ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ