ଯୋରନ୍ଦା କୁ ନୁର୍ତନ ବ୍ଲକ ଗଠନ କରିବା ଦାବିନେଇ ପନ୍ଦର ଖଣ୍ଡ ପଞ୍ଚାୟତ ର ବୈଠକ ଅନୁଷ୍ଠିତ

ଢେଙ୍କାନାଳ, (ତାପସଦାସ):ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦି ଠାରେ ପ୍ରସ୍ତାବିତ ମହିମାଗାଦି ବ୍ଲକ ଗଠନ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ୧୫ ଟି ପଞ୍ଚାୟତର ଜନପ୍ରତିନିଧି, ଆଞ୍ଚଳିକ ବୁଦ୍ଧିଜୀବି ମାନଙ୍କର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବଣସିଂହ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୟନ୍ତ ହୋତା ବୈଠକରେ ସଭାପତିତ୍ବରେ କରିଥିଲେ। ସଭା ଆରମ୍ଭରେ ବରିଷ୍ଠ ବକ୍କଳଧାରୀ ସନ୍ୟାସୀ ପ୍ରଫୁଲ୍ଲ ବାବା ଓ ବନମାଳୀ ବାବା ଅଖଣ୍ଡ ଦୀପ ଲଗାଇ ମହିମା ଅଲେଖ ଡାକ ଦେବା ସହିତ ଆଶୀର୍ବଚନ ପ୍ରଦାନ କରିଥିଲେ। କବି ନୀରୋଦ କୁମାର ସାମଲ ମହିମା ଭଜନ ଗାନ କରିଥିଲେ।କ୍ରିୟାନୁଷ୍ଠାନ କମିଟି ଆବାହକ ଆନନ୍ଦ ଚନ୍ଦ୍ର ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ମହିମାଗାଦି ବ୍ଲକ ଗଠନ ପାଇଁ ସାଂଗଠନିକ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। କ୍ରିୟାନୁଷ୍ଠାନ କମିଟି ସଭାପତି ଚିତ୍ତରଞ୍ଜନ ମହାନ୍ତି ବ୍ଲକ ଗଠନ ପାଇଁ ସମସ୍ତ ନିର୍ବାଚିତ ପ୍ରତିନିଧି ଓ ଆଞ୍ଚଳିକ ବୁଦ୍ଧିଜୀବି ମାନଙ୍କର ସହମତି କାମନା କରିଥିଲେ। ମହିମାଗାଦି ବ୍ଲକ ଗଠନ ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବା ପାଇଁ ସହମତି ପ୍ରକାଶ କରିଥିଲେ। ସମସ୍ତ ସଭ୍ୟ ଏକ ସ୍ୱରରେ ବିଶ୍ବପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ ମହିମାଗାଦି ବ୍ଲକ ଗଠନ ସପକ୍ଷରେ ନିଜର ମତପୋଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ