ରଘୁନାଥପୁରବ୍ଲକ ରେ “ବ୍ଲକ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା”
ଜଗତସିଂହପୁର (ଅଭିଷେକ ତ୍ରିପାଠୀ) :- ରଘୁନାଥପୁର ବ୍ଲକ ଅନ୍ତର୍ଗତ ସାଳିଜଗାଂ ନବଜ୍ୟୋତି କ୍ଳବ ସଭାଗୃହରେ ନେହେରୁ ଯୁବକେନ୍ଦ୍ର ସଙ୍ଗଠନ ଜଗତସିଂହପୁର ତରଫରୁ ବ୍ଲକ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଶୀର୍ଷକ “ଦେଶ ଭକ୍ତି ରେ ରାଷ୍ଟ୍ର ଗଠନ” କୁ ନେଇ ହୋଇ ଯାଇଛି।ଏହି ପ୍ରତିଯୋଗିତାରେ ରଘୁନାଥପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ରୁ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ ।ଉକ୍ତ ପ୍ରତିଯୋଗିତାରେ ଚୟନକର୍ତାଭାବେ ଅଧ୍ୟାପକ ବୀରକିଶୋର ରାଉତରାୟ, ସମାଜସେବୀ କ୍ଷିରୋଦ କୁମାର ଦାସ ଓ ସମାଜସେବୀ ପୁର୍ଣ୍ଣଚନ୍ଦ୍ର ଜେନା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗିମାନଙ୍କ ମଧ୍ୟରୁ ପ୍ରଭୁପ୍ରସାଦ ନାୟକ,ବିଜୟଲକ୍ଷ୍ମ ନାୟକଓ ପ୍ରିୟଦର୍ଶନୀ ସ୍ବାଇଁ , ୧ ମ,୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଘୋଷଣା କରିବା ସହିତ ପ୍ରତିଯୋଗୀତା ରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୩ ଜଣ ପ୍ରତିଯୋଗି ପରବର୍ତ୍ତୀ ସମୟରେ ହେବକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ନେହେରୁ ଯୁବକେନ୍ଦ୍ର ସଙ୍ଗଠନ ର ଜାତୀୟ ସ୍ୱେଚ୍ଛାସେବୀ ଚିନ୍ମୟ ସେଠୀ ପ୍ରକାଶ କରିଥିଲେ । ଶେଷରେ ନେହୂର ଯୁବ କେନ୍ଦ୍ରସଙ୍ଗଠନ ସ୍ୱେଚ୍ଛାସେବୀ ରାଜଲକ୍ଷ୍ମୀ ସ୍ବଇଁ ଧନ୍ୟବାଦ ଅର୍ପଣ କରିଥିଲେ ।


