ରଜରେ ଧୁମ ମଚାଇବ ଭିନ୍ନ ଧରଣର ଚଳଚ୍ଚିତ୍ର ଚିରକୁଟ

ଫିଲ୍ମି ଫ୍ରାଇଡେ ରଜ ଅବସରରେ ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ପ୍ରଥମଟି ‘ତୁ ମୋ ଲଭ୍ ଷ୍ଟୋରୀ-୨’, ଦ୍ବିତୀୟଟି ‘ଗୋଲମାଲ୍ ଲଭ୍’, ତୃତୀୟଟି ‘ଚିରକୁଟ୍’ ଏବଂ ଚତୁର୍ଥ ଚଳଚ୍ଚିତ୍ର ହେଉଛି ‘ସେଲଫିସ୍ ଦିଲ୍’। ତରଙ୍ଗ ସିନେ ପ୍ରଡକ୍ସନ ପ୍ରଯୋଜିତ ଓ ତାପସ ସରଘରିଆଙ୍କ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘ତୁ ମୋ ଲଭ୍ ଷ୍ଟୋରୀ-୨’ରେ ସ୍ବରାଜ-ଭୂମିକାଙ୍କ ଯୋଡ଼ି ଦେଖିବାକୁ ମିଳିଛି। ଅପର ପକ୍ଷରେ ସେହି ସମାନ ପ୍ରଡକ୍ସନ ହାଉସ ପ୍ରଯୋଜିତ ଏବଂ ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ବାବୁସାନ ଓ ତମନ୍ନାଙ୍କ ଯୋଡ଼ି ପରଦାକୁ ନେଇ ଆସିଛନ୍ତି ଚଳଚ୍ଚିତ୍ର ‘ଗୋଲମାଲ ଲଭ୍’। ଦର୍ଶକ ଏଥିରେ ଭରପୁର ମନୋରଞ୍ଜନର ଖୋରାକ ପାଇବେ ବୋଲି ଚଳଚ୍ଚିତ୍ରର ନିର୍ଦ୍ଦେଶକ ମତପୋଷଣ କରିଛନ୍ତି। ପ୍ରଯୋଜକ ହେମନ୍ତ ନାୟକ ଓ ନିର୍ଦ୍ଦେଶକ ବସନ୍ତ ସାହୁ ରଜରେ ଦର୍ଶକଙ୍କ ପାଇଁ ନେଇ ଆସିଛନ୍ତି ଚଳଚ୍ଚିତ୍ର ‘ସେଲଫିସ୍ ଦିଲ୍’।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ