ରମ୍ଭା ମିଞ୍ଚିଣିପାଟଣା ଖାଉଟି କାର୍ଡ ନଥିବା ହିତାଧିକାରୀଙ୍କ ଉପରେ ଏନଏସି ଅଧିକାରୀଙ୍କ ଅବହେଳା
ଗଞ୍ଜାମ,(ଓ୍ବାଇଏନ୍ଏସ୍): ରମ୍ଭା ବିଜ୍ଞାପିତ ଅଂଚଳ ପରିଷଦର ମିଞ୍ଚିଣିପାଟଣା ସାହିର ୱାର୍ଡ-୧୨ ଗ୍ରାମ ବାସିନ୍ଦା ଗଞ୍ଜାମ ବ୍ଲକ ପ୍ରଶାସନଙ୍କୁ ଖାଉଟି କାର୍ଡ ପାଇଁ ଦାବି ଜଣାଇଛନ୍ତି ।ସେମାନଙ୍କର ଖାଉଟି କାର୍ଡ ନଥିବା ଯୋଗୁଁ ସରକାରଙ୍କର ଲକ ଡାଉନର ପ୍ରଭାବ ପଡିଛି ।ଭୋକ ଉପାସରେ ପଡିଛନ୍ତି ।ରମ୍ଭା ଏନଏସିର ଅଧିକାରୀ ଓ କର୍ମଚାରୀଙ୍କୁ ବାରମ୍ବାର କରୁଥିବା ଅଭିଯୋଗ ଏନଏସି ଅଧିକାରୀ ଗ୍ରହଣ କରୁ ନାହାଁନ୍ତି ।ରମ୍ଭା ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଯୋଗ କରିବାକୁ ଆସୁଥିବା ବାସିନ୍ଦାଙ୍କୁ ଧମକ ଚମକ ଦେଉଥିବା ଆବେଦନକାରୀ ମାନଙ୍କ ଠାରୁ ଶୁଣିବାକୁ ମିଳୁଛି ।