ରାଜଧାନୀରେ ଚାଷୀଙ୍କ ମୋଦି ବିରୋଧୀ ଶୋଭାଯାତ୍ରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ କେବଳ ବିଧାନସଭାରେ ମତ ତିଆରି ହେଉନାହିଁ, ରାଜରାସ୍ତାରେ ହିଁ ଚାଷୀମାନେ ବିଜେପି ଚାଷୀଙ୍କୁ ପ୍ରାପ୍ୟ ଦେଲା ବେଳକୁ କୁଣ୍ଠାବୋଧ କରୁଛି ବୋଲି ବକ୍ତବ୍ୟ ରଖିଛନ୍ତି । ରବିବାର ଦିନ ଚାଷୀ ବଞ୍ଚାଅ ଅଭିଯାନ ତରଫରୁ ଚାଷୀମାନେ ମାଷ୍ଟର କ୍ୟାଣ୍ଟିନରେ ଶୋଭାଯାତ୍ରା କରି କର୍ପୋରେଟ ମାନଙ୍କୁ କୋଟି କୋଟି ଟଙ୍କା ଋଣଛାଡ଼ କରୁଛ ଓ ସରକାରୀ ଚାକିରୀଆଙ୍କୁ ମହଙ୍ଗା ଭତ୍ତା, ବୋନସ ଅଜାଡ଼ି ଦେଉଛ । ଚାଷୀଙ୍କୁ ସେମାନଙ୍କ ଉତ୍ପାଦର ଉଚିତ୍ ମୂଲ୍ୟ କାହିଁକି ଦେଉନ ବୋଲି ଚାଷୀ ବଞ୍ଚାଅ ଅଭିଯାନ ତରଫରୁ ଅଭିଯୋଗ କରାଯାଇଛି । ଚାଷୀ ବଞ୍ଚାଅ ଅଭିଯାନ ନେତା ସଂଗ୍ରାମ କିଶୋର ଓ ଶୁଭେନ୍ଦୁ ମଲ୍ଲିକ ଚାଷୀମାନଙ୍କୁ ବକ୍ତବ୍ୟ ଦେଇ କହିଥିଲେ ଯେ, ଚାଷୀଙ୍କ ସହ ଧୋକାଦାରୀ କରିବାରେ ପ୍ରଧାନମନ୍ତ୍ରୀ ମୋଦି ରେକର୍ଡ଼ କରିଛନ୍ତି । ଭାଷଣରେ ଚାଷୀଙ୍କ ପାଇଁ ମିଠା କଥା କହିଲା ବେଳେ ପ୍ରକୃତରେ କଟା ଘା’ରେ ଲୁଣ ଦେଲାଭଳି ପ୍ରଧାନମନ୍ତ୍ରୀ କାମ କରୁଛନ୍ତି । ଘରୋଇ କମ୍ପାନୀକୁ ବୀମା ଦାୟିତ୍ୱ ଦିଆଯିବା ପରେ ବୀମା କମ୍ପାନୀମାନେ ମନଇଚ୍ଛା ଚାଷୀଙ୍କୁ ଲୁଟୁଛନ୍ତି । ଏହି ଲୁଟ୍ ନେଇ ପ୍ରଧାନମନ୍ତ୍ରୀ ଓ ତାଙ୍କ କୋଟେରୀ ନୀରବ ଅଛନ୍ତି । ଚାଷୀଙ୍କ ସମସ୍ୟା ସମାଧାନ କରିବା ପାଇଁ ଭାରତୀୟ ଜନତା ପାର୍ଟି କେବେ ମୁଖର ନହେଲା ବେଳେ ଏବେ ନିର୍ବାଚନ ପରିପ୍ରେକ୍ଷୀରେ ଚାଷୀଙ୍କ ପାଇଁ ଢେର୍ କନ୍ଦାକଟା କରୁଛି ବୋଲି ଶୁଭେନ୍ଦୁ ମଲ୍ଲିକ କହିଛନ୍ତି । ମନସୌର ଓ ଖେରି ଘଟଣାରେ ଭାରତୀୟ ଜନତା ପାର୍ଟି ଚାଷୀ ହତ୍ୟାକାରୀ ବୋଲି ଭାଜପା ନେତାମାନେ ଭୁଲି ଯାଇଛନ୍ତି । ସେହିଭଳି ଯେତେବେଳେ ଚାଷୀମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ କଥା ଉଠେ, ସେତେବେଳେ ଭାଜପା ନେତାମାନେ କାହିଁକି ମହଁ ବୁଲାନ୍ତି ବୋଲି ସଂଗ୍ରାମ କିଶୋର ପ୍ରଶ୍ନ କରିଛନ୍ତି । ତୋମାରଙ୍କ ଗସ୍ତକୁ ସଂଗଠନ ତରଫରୁ ସମାଲୋଚନା କରାଯାଇଛି । କଳା କାନୁନ ଆସିଲା ବେଳେ ତୋମାର ଚାଷୀମାନଙ୍କ ବିରୁଦ୍ଧରେ ଢେର୍ ବୟାନବାଜି କରୁଥିଲେ । ଏହି କାର୍ଯ୍ୟକ୍ରମରେ ଚାଷୀ ସଂଗଠକ ଅକ୍ଷୟ କୁମାର ଦାସ, ବିଜୟ ରଥ, ସୁଶାନ୍ତ ଦାସ, ଚିତ୍ତରଞ୍ଜନ ନନ୍ଦ, ଦୁଃଶାସନ ଭୋଇ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ