ରାଜନୀତିକୁ ଆସିବା ନେଇ ରର୍ବଟ ଭଦ୍ରାଙ୍କ ସଂକେତ

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ଏବଂ ବେଆଇନ ଭାବେ ଜମି କିଣା ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ତଦନ୍ତର ସାମ୍ନା କରୁଥିବା ଗାନ୍ଧୀ ପରିବାରର ଜ୍ୱାଇଁ ରର୍ବଟ ଭଦ୍ରା ଖୁବଶୀଘ୍ର ସକ୍ରିୟ ରାଜନୀତିରେ ପ୍ରବେଶ କରିବେ ବୋଲି ସଂକେତ ଦେଇଛନ୍ତି। ସେ ନିଜ ଫେସ୍‍ବୁକ୍‍ ପୋଷ୍ଟରେ ଲେଖିଛନ୍ତି ଯେ ଅଭିଯୋଗ ଓ ପ୍ରତିଅଭିଯୋଗ ପ୍ରକ୍ରିୟା ଶେଷ ହୋଇଗଲେ ସେ ଲୋକଙ୍କ ସେବା କରିବେ। ବହୁ ବର୍ଷର ଅଭିଜ୍ଞତା ଏବଂ ଶିକ୍ଷାକୁ ସେ ଏଭଳି ନଷ୍ଟ ହେବାକୁ ଦେବେନାହିଁ। ଆବଶ୍ୟକତା ଅନୁସାରେ ଏହାକୁ ସଠିକ ଭାବେ ବିନିଯୋଗ କରିବେ। ସେ ବହୁ ସମୟ ପ୍ରଚାରରେ ଦେଇଛନ୍ତି। କିନ୍ତୁ ଏବେ ଉତ୍ତରପ୍ରଦେଶ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେ ଏଠାକାର ଲୋକଙ୍କ ପାଇଁ କାମ କରିବାକୁ ଛୋଟ ଛୋଟ ପରିବର୍ତ୍ତଣ ଆଣିବାକୁ ଚାହୁଁଛନ୍ତି।
ନିକଟରେ ତାଙ୍କ ପତ୍ନୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସ ସାଧାରଣ ସମ୍ପାଦକ ହୋଇଛନ୍ତି। ଲୋକସଭା ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭଉଣୀ ପ୍ରିୟଙ୍କାକୁ ପୂର୍ବ ଉତ୍ତରପ୍ରଦେଶର ଦାୟିତ୍ୱ ଦେଇଛନ୍ତି। ଇଡ଼ିର ତଦନ୍ତ ପ୍ରକ୍ରିୟା ଶେେ ହେବା ପରେ ସେ ସକ୍ରିୟ ଭାବେ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି। ଏଥିରୁ ତାଙ୍କ ରାଜନୀତିରେ ପ୍ରବେଶର ସଂକେତ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ