ରାଜନୀତି ବିଜ୍ଞାନ ବିଭାଗ ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବୁଗୁଡା,(ୱାଏନଏସ):ବୁଗୁଡା ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ +୩ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସ୍ୱାଗତ ସଭାକୁ ଉଦଘାଟନ କରିଥିଲେ। ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ବୃନ୍ଦ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଅନୁଷ୍ଠିତ ସମାରୋହର ଉଦ୍ଦେଶ୍ୟ ପ୍ରାଞ୍ଜଳଭାବେ ବୁଝାଇଥିଲେ। ସମ୍ମାନିତ ଅତିଥି ରାଜନୀତି ବିଜ୍ଞାନ ଅଧ୍ୟାପକ ଡକ୍ଟର ବିନୋଦ କୁମାର କର ବିଭାଗର ନୀତି ନିୟମ ବିଷୟରେ ଅବଗତ କରାଇଥିବା ବେଳେ ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ଭବିଷ୍ୟତରେ ସୁନାଗରିକ ହେବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ମଧ୍ୟଭାଗରେ କଲେଜ ପରିଚାଳନା ପରିଷଦ ସଭାପତି ରଜନୀକାନ୍ତ ଭଟ୍ଟ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢି କଲେଜର ଗୌରବ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ବିଭାଗର ଅଧ୍ୟାପକ ଦିନେଶ ଚୌଧୁରୀ, ଡକ୍ଟର ପ୍ରଦୀପ କୁମାର ଦାଶ, ସୁଶାନ୍ତ କୁମାର ସାହୁ ଓ ମନୋଜ କୁମାର ଦାଶ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ