ରାଜା ମଧୁସୂଦନ ଦେବ ଡ଼ିଗ୍ରୀ କଲେଜ ଓଡ଼ିଆ ବିଭାଗର ବାର୍ଷିକ ପାଠଚକ୍ର

ଭୁବନେଶ୍ୱର- : ରାଜା ମଧୁସୂଦନ ଦେବ ଡ଼ିଗ୍ରୀ କଲେଜ, ଓଡ଼ିଆ ବିଭାଗର ସପ୍ତମ ବାର୍ଷିକ ପାଠଚକ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପାଠଚକ୍ରକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପଜ୍ଜ୍ୱଳନ ସହିତ ପୁଲୱାମାରେ ଶହୀଦ ହୋଇଥିବା ସହୀଦମାନଙ୍କ ପାଇଁ ନୀରବ ପ୍ରାର୍ଥନାରୁ ଆରମ୍ଭ ହୋଇଥିଲା । ଏହି ପାଠଚକ୍ରରେ ବିଶିଷ୍ଟ କବି ଶଙ୍କର ପରିଡ଼ା ମୁଖ୍ୟ ଅତିଥି, ଡ. ସୁନୀତା ମୁଣ୍ଡ ମୁଖ୍ୟବକ୍ତା ଓ ଡ. ରଶ୍ମୀ କର ଅତିଥି ବକ୍ତା ଭାବରେ ଯୋଗ ଦେଇଥିଲେ । ଭାଲେଣ୍ଟାଇନ୍ ଦିବସରେ ପିଲାମାନଙ୍କୁ ଶିକ୍ଷା ଓ କବିତା ମାଧ୍ୟମରେ ବାନ୍ଧି ରଖି ପ୍ରାୟ ନଅଜଣ ଛାତ୍ରଛାତ୍ରୀ ପ୍ରବନ୍ଧ ପାଠ କରିଥିଲେ । ଏହି ପାଠଚକ୍ରରେ ମୁଖ୍ୟ ଅତିଥି ବିଶିଷ୍ଟ କବି ଶଙ୍କର ପରିଡ଼ା ଆଧୁନିକ ଓ ପୁରାତନର ଏକ ଅପୂର୍ବ ମିଳନକୁ ସାବ୍ୟସ୍ତ କରିଥିଲେ । କବି ଓ କବିତା ମାଧ୍ୟମରେ ସାହିତ୍ୟ ପାଇଁ ପ୍ରେରଣା ଦେଇଥିଲେ ।  କଲେଜର ଅଧ୍ୟକ୍ଷ ତାଙ୍କର ଅଭିଭାଷଣରେ ଓଡ଼ିଆ ବିଭାଗ ପାଠଚକ୍ରକୁ ସମ୍ବୋଧନ କରି ବିଭାଗ ଉନ୍ନତି ଦେଖାଯାଉଛି ବୋଲି କହିଥିଲେ । ବିଭାଗର ଅଧ୍ୟାପିକା ଡ. ସ୍ୱର୍ଣ୍ଣପ୍ରଭା ଦାଶ ପାଠଚକ୍ରକୁ ସଂଯୋଜନା କରିଥିଲେ । ଓଡ଼ିଆ ବିଭାଗର ମୁଖ୍ୟ ଡ. ରମେଶ ବେହେରା ପାଠଚକ୍ରରେ ଅଧ୍ୟକ୍ଷତା କରି ପିଲାମାନଙ୍କର ସୃଜନଶୀଳତାର ବିକାଶ ପାଇଁ ପାଠଚକ୍ର ଏକ ବଡ଼ ମାଧ୍ୟମ ବୋଲି କହିଥିଲେ । ଏହି ପାଠଚକ୍ରକୁ ଶିବାଶିଷ ଦାସ, ମିଲେନିୟମ ଦାସ, ବର୍ଷା ଶୁଭସ୍ମିତା, ସାଗରିକା, ବାସନ୍ତୀ, ସ୍ୱାତୀ ସ୍ୱାଗତିକା, ଦୀପା, ବେବିନା, ସ୍ମୃତିରେଖା, ସୁନିତା, ସରୋଜିନୀ, ସୋନାଲି ପ୍ରମୁଖ ସହଯୋଗ କରିବା ସହିତ ବିଭାଗର ସବୁ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦାନ କରି ପାଠଚକ୍ରକୁ ସଫଳ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ