ରାଜେନ୍ଦ୍ର ଭତ୍ରା ଗଂଜାମ ଅବକାରୀ ଅଧିକ୍ଷୀକ ଭାବେ ଦାୟିତ୍ୱ ଗ୍ରହଣ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ଅବକାରୀ ବିଭାଗର ନୂତନ ଅଧିକ୍ଷୀକ ଭାବେ ରାଜନ୍ଦ୍ରେ କୁମାର ଭତ୍ରା ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ବାଲେଶ୍ୱର ଜିଲ୍ଲା ଅବକାରୀ ଅଧିକ୍ଷୀକ ଭାବେ କାର୍ଯ୍ୟ କରୁଥିଲେ । ଶ୍ରୀ ଭତ୍ରା ୧୯୯୫ ମସିହାରେ ଏହି ବିଭାଗରେ ଚାକିରୀ ଜୀବନ ଆରମ୍ଭ କରିଥିଲେ । ୨୦୧୭ ମସିହାରେ ପଦୋନ୍ନତି ପରେ ୨୦୧୭ ମସିହାରେ ଗଞ୍ଜାମ ଅବକାରୀ ବିଭାଗର ଉପଅଧିକ୍ଷୀକ ଭାବେ ଏବଂ ୨୦୧୮ ମସିହାରେ ବ୍ରହ୍ମପୁର ଅବକାରୀ ବିଭାଗରେ ଅଧିକ୍ଷୀକ ଭାବେ କାର୍ଯ୍ୟ କରିଛନ୍ତି । ଶ୍ରୀ ଭତ୍ରା ଦାୟିତ୍ୱ ଗ୍ରହଣ କରିବା ପରେ ଚୋରମଦ ଓ ଗଞ୍ଜେଇ କାରବାର, ଅପମିଶ୍ରିତ ମଦ ଉପରେ କଡାକଡି ଭାବେ ଜିଲ୍ଲାରୁ ନିଷେଧ କରିବା ପାଇଁ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେବି ବୋଲି କହିଛନ୍ତି । ସେହିପରି ପୂର୍ବରୁ ଗଂଜାମ ଅବକାରୀ ଅଧିକ୍ଷୀକ ଦାୟିତ୍ୱରେ ଥିବା ରାମଚନ୍ଦ୍ର ମିଶ୍ରଙ୍କ ବ୍ରହ୍ମପୁର ଅବକାରୀ ଅଧିକ୍ଷୀକ ଭାବେ ବଦଳି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ