ରାଜ୍ୟସ୍ତରୀୟ ପଞ୍ଚାୟତ ପ୍ରତିନିଧି କର୍ମଶାଳାରେ ଜିଲ୍ଲା ପଞ୍ଚାୟତ ପ୍ରତିନିଧିଙ୍କ ଯୋଗଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ପଞ୍ଚାୟତ ପ୍ରତିନିଧି ମାନଙ୍କ ରାଜ୍ୟସ୍ତରୀୟ ଦକ୍ଷତା ବୃଦ୍ଧି ଓ ପ୍ରଶିକ୍ଷଣ କର୍ମଶାଳାରେ ଗଜପତି ଜିଲ୍ଲାର ପଞ୍ଚାୟତ ପ୍ରତିନିଧିମାନେ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଇଥିବାର ଜଣାପଡିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କ ରାଜ୍ୟସ୍ତରୀୟ ଦକ୍ଷତା ବୃଦ୍ଧି ଓ ପ୍ରଶିକ୍ଷଣ କର୍ମଶାଳା ଭୁବନେଶ୍ଵର ଠାରେ ଉଦଘାଟନ ଥିବାର ଜଣାପଡିଛି l ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ସମସ୍ତ ନବନିର୍ବାଚିତ ସଦସ୍ୟମାନେ ସେମାନଙ୍କ ସ୍ଥାନୀୟ ବ୍ଲକ ସ୍ତରୀୟ ଭିଡିଓ କନଫରେନ୍ସ କକ୍ଷରେ ଯୋଗଦେଇଥିଲେ । ଜିଲ୍ଲାର ମୋଟ ୭ଗୋଟି ବ୍ଲକ ଯଥା କାଶୀନଗର, ଗୁମ୍ମା, ଗୋଷାଣୀ, ରାୟଗଡ, ନୂଆଗଡ, ଆର୍.ଉଦୟଗିରି, ମୋହନା ଠାରେ ଥିବା ଭିଡିଓ କନ୍ଫେରେନ୍ସ କକ୍ଷରେ ଯୋଗ ଦେଇଥିଲେ । ସେହିପରି ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଓସଓ୍ବାନ୍ ଭିଡିଓ କନଫରେନ୍ସ କକ୍ଷରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ଵର ଚନ୍ଦ୍ର ନାୟକ ଓ ଅନ୍ୟ ଜିଲ୍ଲା ଅଧିକାରୀ ମାନେ ଉପସ୍ଥିତ ରହି ଭିଡିଓ କନ୍ଫେରେନ୍ସ ଜରିଆରେ ହେଉଥିବା ଉଲ୍ଲେଖିତ କର୍ମଶାଳାରେ ଭାଗ ନେଇଥିବାର ମଧ୍ୟ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ