ଶିକାର ନକରିବା ପାଇଁ ଶପଥ ପାଠ କରାଇଲେ ଚିତ୍ରକୋଣ୍ଡା SDPO
ଚିତ୍ରକୋଣ୍ଡା, (ବିମଳ କିଶୋର ମିଶ୍ର) :-ଆଦିବାସୀ ଶିକାରୀଙ୍କୁ ଜଙ୍ଗଲରେ ନିରୀହ ଜନ୍ତୁ ମାନଙ୍କୁ ଶିକାର ନକରିବା ପାଇଁ ଶପଥ ପାଠ କରାଇଲେ ଚିତ୍ରକୋଣ୍ଡା SDPO । ଚିତ୍ରକୋଣ୍ଡା ଅଞ୍ଚଳରେ ଦୁଇଟି ଟ୍ରକରେ ୨୦୦ରୁ ଉର୍ଦ୍ଧ ଶିକାରୀ ଜଙ୍ଗଲକୁ ଶିକାର କରିବା ପାଇଁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇ ଶିକାର କରିବା କାମ ଛାଡିବା ପାଇଁ ପାଇଁ କହି ବିଭିନ୍ନ ପାରମ୍ପରିକ ଅସ୍ତ୍ର ଶସ୍ତ୍ର କୁ ଜବତ କରିଥିଲା ଚିତ୍ରକୋଣ୍ଡା ପୋଲିସ । ଚିତ୍ରକୋଣ୍ଡା SDPOଙ୍କ ଆଗରେ ସମସ୍ତ ଶିକାରୀ ଆଉ ଜଙ୍ଗଲରେ ବେଆଇନ ଭାବରେ ନିରୀହ ପଶୁ ମାନଙ୍କର ଆଉ ଶିକାର କରିବେ ନାହିଁ ବୋଲି ପୋଲିସ ଆଗରେ ଶପଥ କରିଥିଲେ ।


