ରାଜ୍ୟସ୍ତରୀୟ ସାହିତ୍ୟ ଆସର ଓ ପ୍ରତିଭା ସମ୍ମାନ ସମାରୋହ

ନିମାପଡ଼ା, (ସନ୍ତୋଷ ଦାଶ):ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଅର୍କଶ୍ରୀ ଶିଳ୍ପୀ ବାଟିକା ଠାରେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ୬ଷ୍ଠ ବାର୍ଷିକ ରାଜ୍ୟସ୍ତରୀୟ ସାହିତ୍ୟ ଆସର, ଆଲୋଚନା ଚକ୍ର, କବିତା ପାଠୋତ୍ସବ ଓ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ପରିଷଦର ସଭାପତି ପ୍ରଦୀପ୍ତ କୁମାର ଛାଟୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ କବି ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ପ୍ରସନ୍ନ କୁମାର ପାଟ୍ଟଶାଣୀ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବ ଲେଖକ ସମ୍ମେଳନର ଅଧ୍ୟକ୍ଷ ତଥା ବିଶିଷ୍ଟ କବି ଶଙ୍କର୍ଷଣ ପରିଡା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବ୍ଯଙ୍ଗ କବି ହାସ୍ୟକୁମୁଦ ସମ୍ପଦ କୁମାର ରଥ, ବିଶିଷ୍ଟ କବି ତଥା ପ୍ରଶାସନିକ ଅଧିକାରୀ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ, କାକଟପୁର ବିଡିଓ ଡଃ ତୁଷାର ଜ୍ୟୋତି ରଂଜନ, ପରିବେଶବିତ ଉମେଶ ଚନ୍ଦ୍ର ସ୍ଵାଇଁ ପ୍ରମୁଖ ଯୋଗଦେଇଥିଲେ।ଅନୁଷ୍ଠାନର ସଂପାଦକ ଭାଗୀରଥୀ ସ୍ଵାଇଁ ବାର୍ଷିକ ବିବରଣୀ ପାଠ, ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କାର୍ଯ୍ୟକ୍ରମ କୁ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରତାପ କୁମାର ରାଉତ ସଂଯୋଜନା କରିଥିଲେ। ଆୟୋଜିତ କବିତା ପାଠୋତ୍ସବ ରେ ଅତିଥି ଭାବରେ ଝାଡଖଣ୍ଡର ବିଶିଷ୍ଟ କବି ସତ୍ଯ ପ୍ରକାଶ କର, ବରିଷ୍ଠ ସାମ୍ବାଦିକ ଲଳିତଟେନ୍ଦୁ ପଲାଉରୀ, କବୟିତ୍ରୀ ଜୟନ୍ତୀ ସ୍ବାଇଁ, ମାନସୀ ବେହୁରା ପ୍ରମୁଖ ଯୋଗଦାନ କରିଥିଲେ। ଏହି କବିତା ଆସର କାର୍ଯ୍ୟକ୍ରମକୁ କବି ଗଙ୍ଗାଧର ଓଝା ଓ କଳ୍ପନା ବିଶ୍ବାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସର ରେ ୧୦୦ରୁ ଊର୍ଦ୍ଧ୍ବ କବି, ସାମ୍ୱାଦିକ,କବୟିତ୍ରୀ, ଗବେଷକ, ଲେଖକ ଓ ସାହିତ୍ୟ ପ୍ରେମୀ ବ୍ଯକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ସୁକାନ୍ତ କୁମାର ବିଶ୍ବାଳ, ସଚ୍ଚିଦାନନ୍ଦ ଗୋଛାୟତ, ରୀତାରାଣୀ ସେଠ, ସୌଭାଗ୍ୟ ସ୍ବାଇଁ, ଶିକ୍ଷକ ପ୍ରବୀଣ କୁମାର ସୁବୁଦ୍ଧି, ମହେଶ୍ବର ସାମଲ ଓ ମଂଗରାଜ ବିଶ୍ବାଳ ପ୍ରମୁଖ ପରିଚାଳନା କରିଥିଲେ। ବରିଷ୍ଠ ସାମ୍ୱାଦିକ ସନ୍ତୋଷ ଦାଶ ଙ୍କୁ କୋଣାର୍କ ଶ୍ରେଷ୍ଠ ସାମ୍ୱାଦିକ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ