ରାଜ୍ୟ ଗ୍ରାଜୁଏଟ ଠିକା ମହିଳା ପରିଦର୍ଶିକାଙ୍କ ଗଣଧାରଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ଗ୍ରାଜୁଏଟ ଠିକା ମହିଳା ପରିଦର୍ଶିକା ଗତ ୧୭.୦୭.୨୦୨୩ରିଖ ଠାରୁ ଲୋୟର ପିଏମ୍‌ଜି ଛକରେ ଧାରଣାରେ ବସିବା ଆଜି ଷଷ୍ଠଦିନରେ ପହଞ୍ôଚଛି । ଠିକା ବ୍ୟବସ୍ଥାକୁ ଉଚ୍ଛେଦ କରାଗଲା ବୋଲି ରାଜ୍ୟ ସରକାର ଘୋଷଣା କରିବା ପରେ ମହିଳା ପରିଦର୍ଶିକାଙ୍କୁ ଏପର୍ଯ୍ୟନ୍ତ ଏହି ସୁଯୋଗରୁ ବଞ୍ôଚତ କରାଯିବା ଅତ୍ୟନ୍ତ ପରିତାପର ବିଷୟ । ଗୋଟିଏ ବ୍ଲକରେ ଜଣେ ରେଗୁଲାର ସୁପରଭାଇଜର ମାସିକ ୬୦ ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା ବେଳେ ସେହି ସମାନ କାମ ପାଇଁ ଠିକା ପରିଦର୍ଶିକାଙ୍କୁ ମାସିକ ମାତ୍ର ୨୧ ହଜାର ଟଙ୍କା ବେତନ ଦିଆଯିବା ସରକାରଙ୍କ ବୈମାତୃକ ମନୋଭାବର ପରିଚୟ । କର୍ମଚାରୀ କମ୍ ଥିବାରୁ ଠିକା ସୁପରଭାଇଜରଙ୍କୁ ୨/୩ଟା ସେକ୍ଟର କାର୍ଯ୍ୟ ସହ ଅଫିସ୍ କାମ ମଧ୍ୟ କରିବାକୁ ବାଧ୍ୟ କରାଯାଉଛି । ୨୦୨୧ ମସିହାରେ ଆନ୍ଦୋଳନ ବେଳେ ସରକାର ୨ ମାସ ମଧ୍ୟରେ ରେଗୁଲାର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ୨ ବର୍ଷ ପରେ ମଧ୍ୟ ସରକାର କୌଣସି ପଦକ୍ଷେପ ନ ନେବା ଏବଂ ମାନ୍ୟବର ହାଇକୋର୍ଟଙ୍କ ଆଦେଶକୁ ମଧ୍ୟ କାର୍ଯ୍ୟକାରୀ ନ କରିବା ଯୋଗୁ ମହିଳା ଠିକା ସୁପରଭାଇଜରମାନେ ପୁନର୍ବାର ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି । ସରକାର କୌଣସି ଠୋସ୍ ପଦକ୍ଷେପ ନ ନେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଭାପତି ବାସନ୍ତୀ ଦାସ, ସଂଘର କର୍ମକର୍ତ୍ତା ବିଜୟଲକ୍ଷ୍ମୀ ଗୌଡ଼, ସୁଶ୍ରୀ ସଙ୍ଗୀତା ସାମନ୍ତରାୟ, ରଞ୍ଜିତା ସାହୁ, ସ୍ନେହପ୍ରଭା ମହାନ୍ତି, ଅଞ୍ଜନା ବାରିକ ପ୍ରଭୃତି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ