ରାଜ୍ୟ ନେତାଙ୍କ ସହ ଜିଲା ବିଜେପି କର୍ମକର୍ତ୍ତାଙ୍କ ସାଂଗଠନିକ ଆଲୋଚନା

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ବିଜେପିରେ ସାଂଗଠନିକ ସଂସ୍କାର ନିମନ୍ତେ ନିମନ୍ତେ ଦଳୀୟ କର୍ମକର୍ତ୍ତାମାନେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ମଙ୍ଗଳବାର ଆଲୋଚନା କରିଛନ୍ତି । ଜିଲା ସଭାପତି ଉମାକାନ୍ତ ମହାପାତ୍ର ନେତୃତ୍ୱରେ ଏକ ଟିମ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯାଇ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ଓ ରାଜ୍ୟ ପ୍ରଭାରୀ ପୁରେନ୍ଦଶ୍ୱରୀଜୀଙ୍କ ସହିତ ହୋଇଥିବା ଆଲୋଚନାରେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତ ଓ ସାଂଗଠନିକ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ ଦିଆଯାଇଥିଲା । ଜିଲ୍ଲାର ସାଂଗଠନିକ ବ୍ୟବସ୍ଥାର ପୁନଃର୍ଗଠନ, ସଂସ୍କାର ଏବଂ ସଂଗଠନକୁ ଅଧିକ କ୍ରିୟାଶୀଳ କରିବାକୁ ରାଜ୍ୟ ସଭାପତି ପରାମର୍ଶ ଦେଇଛନ୍ତି । ଆବଶ୍ୟକ ସ୍ଥଳେ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ଅର୍ପଣ, ନିୟମିତ ପ୍ରକ୍ରିୟା ଅନୁଧ୍ୟାନ ଇତ୍ୟାଦି ଉପରେ ମତ ପ୍ରକାଶ ପାଇଥିଲା । ଖୁବଶୀଘ୍ର ରାଜ୍ୟ ସଭାପତି ବାଲେଶ୍ୱର ଗସ୍ତରେ ଆସିବେ ଓ ସାଂଗଠନିକ ବ୍ୟବସ୍ଥାର ତଦାରଖ କରିବେ ବୋଲି ସୂଚନା ଦେଇଛନ୍ତି । ଆଲୋଚନା ବେଳେ ଜିଲ୍ଲା ସଭାପତିଙ୍କ ସମେତ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଉପ-ସଭାପତି କମଳଲୋଚନ ଦାସ, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ବିଜେପି ନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ