ରାଜ୍ୟ ସରକାରଙ୍କୁ କଟାକ୍ଷ କଲେ ବିଜେପିର ରଷ୍ଟ୍ରୀୟ ଅଧ୍ୟକ୍ଷ

ନିର୍ବାଚନ ପାଖେଇ ଆସୁଥିବାବେଳେ ବରଗଡ଼ ଜିଲ୍ଲାରେ ପ୍ରଚାର ସେହି ତୁଳନାରେ ଆଗେଇ ନାହିଁ। ଜିଲ୍ଲାକୁ ଏଯାଏଁ ଷ୍ଟାର୍ ପ୍ରଚାରକଙ୍କ ପାଦ ପଡ଼ିନାହିଁ। ତେବେ ଆଜି ଅମିତ ଶାହ ପ୍ରଥମ ଷ୍ଟାର୍ ପ୍ରଚାରକ ଭାବେ ବରଗଡ଼କୁ ଆସୁଛନ୍ତି। ଶ୍ରୀ ଶାହଙ୍କ ଏହା ପ୍ରଥମ ବରଗଡ଼ ଗସ୍ତ ହୋଇଥିବାରୁ ବିଜେପି ଶିବିରରେ ଉଦ୍ଦୀପନା ସୃଷ୍ଟି ହୋଇଛି। ବିଶେଷକରି ପ୍ରାର୍ଥୀମାନେ ଉତ୍ସାହିତ ଥିବା ବାରି ହେଉଛି।
ବରଗଡ଼ ସହର ମଧ୍ୟରେ ଥିବା ମୋଦୀ ପଡ଼ିଆରେ ଅମିତ ଶାହ ଆଜି ଅପରାହ୍ନ ଗୋଟାଏ ବେଳେ ପହଂଚିବେ ଏବଂ ଲୋକଙ୍କ ସହ ଘଣ୍ଟାଏରୁ ଅଧିକ ସମୟ ସମୟ କାଟିବେ। ଅଚାନକ ଗସ୍ତ ଚୂଡ଼ାନ୍ତ ହୋଇଥିବାରୁ ଏହାକୁ ସଫଳ କରିବା ପାଇଁ ବିଜେପି ପକ୍ଷରୁ ତରବରିଆ ପ୍ରସ୍ତୁତି ଆରମ୍ଭ ହୋଇଛି। ପୁଲିସ୍ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ