ଅସହାୟ ପରିବାରକୁ ସହାୟତା ଦେଲେ ବ୍ଲକ ପ୍ରଶାସନ

ପୋଲସରା(ଅନୀଲ କୁମାର ମହାରଣା):  ଲଗାଣ ବର୍ଷା ପ୍ରଭାବରେ ପୋଲସରା ଅଞ୍ଚଳର ବହୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେବା ଜଣାପଡ଼ିଛି । ସମ୍ପୂର୍ଣ୍ଣ ଅସହାୟ ଅବସ୍ଥାରେ ଥିବା  ଖଣ୍ଡୁରୁ ପଞ୍ଚାୟତ ଅନ୍ତର୍ଗତ ଚଢିଆପଡା ଗ୍ରାମର ଶୁକଦେବ ପ୍ରଧାନଙ୍କ ପରିବାର ନିକଟରେ ପୋଲସରା ବ୍ଲକ ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଯୋଗାଣ ଅଧିକାରୀ ସନ୍ଦୀପ କୁମାର ବେହେରା ପହଞ୍ଚି ଚାଉଳ, ଡାଲି ସହ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଛନ୍ତି। ପ୍ରଶାସନର ସହାୟତା ପାଇବା ପରେ ଶୁକଦେବ ପ୍ରଧାନଙ୍କ ମୁହଁରେ ହସ ଫୁଟିଥିଲା। ଏଥି ସହିତ ସେ ଚାଳ କୁଡିଆ ଘରେ ରହୁଥିବା ଜାଣିବା ପରେ ସରକାରୀ ନିୟମାନୁଯାୟୀ ସମସ୍ତ ସୁବିଧା ଯୋଗାଇଦିଆଯିବ ବୋଲି ବିଡ଼ିଓ ଶଶିଭୂଷଣ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ