ପୁଣି କେ ଆର୍‌ ଲାଇନରେ ଧସିଲା ପଥର; ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ଗୁଣପୁର( ୱାଇଏନଏସ): ରାୟଗଡା ଜିଲ୍ଲାରେ ଲଗାଣ ବର୍ଷା ପ୍ରଭାବରେ କେ ଆର ଲାଇନ ରେଳପଥରେ ପଥର ଧସି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଉଛି । ଶିକରପାଇ ରେଳ ଷ୍ଟେସନ ନିକଟ ରେଳ ଟ୍ରାକ୍ ଉପରେ  ପଥର ଖସିଥିବା କୁହାଯାଉଛି। ସିକରପାଇରୁ ଭାଲୁମାସ୍କା ମଧ୍ଯରେ କେ ଆର ଲାଇନ ରେ ଦ୍ଵିତୀୟ ଲାଇନ ରେଳପଥ କାର୍ଯ୍ୟ ଜାରି ରହିଛି। ପଥର ରେଳ ଲାଇନ ଉପରେ ଧସିବା ପରେ ସିକରପାଇ ଷ୍ଟେସନ୍‌ରେ  ଇଣ୍ଟରସିଟି ଏବଂ କେଉଟଗୁଡା ଷ୍ଟେସନ୍ ରେ ଅଟକିଛି ହୀରାଖଣ୍ଡ ଏକ୍ସପ୍ରେସ୍I ଘଟଣାସ୍ଥଳରେ ରେଳ ବିଭାଗର ସୁରକ୍ଷା କର୍ମୀ ଓ ଇଂଜିନିଅରିଙ୍ଗ କର୍ମଚାରୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପ୍ରାୟ ଦୁଇ ଘଣ୍ଟାରୁ ଅଧିକା ସମୟ ଧରି ଟ୍ରେନ ଅଟକି ଥିବା ସୂଚନାରୁ ଜଣାପଡିଛି। ସୂଚନାଯୋଗ୍ୟ ଗତକାଲି ଲେଲିଗୁମା ଓ ରାଉଳି ମଧ୍ୟରେ ମାଟି ଧସି ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରାୟଗଡା ରେଳ ଡିଭିଜନ ଡି ଆର ଏମ ଅମିତାଭ ସିଂଘଲ ଓ ଅନ୍ୟାନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଂଚିଥିବା ଜଣାପଡିଛିI ବର୍ଷା ଯୋଗୁଁ ରାୟଗଡା ଆନ୍ଧ୍ର ପ୍ରଦେଶ ରାସ୍ତାରେ ଗଛ ପଡିବା ଯୋଗୁଁ ୩ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଛିI ମେଟୁ କେରଡ଼ା ନିକଟରେ ଗୋଟିଏ ବଡ ଗଛ ପଡିଥିବା ଜଣାପଡିଛିI
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ