ଦୀପକ ବିଶ୍ୱାଳ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସହପ୍ରଭାରୀ ମନୋନୀତ

ନାଉଗାଁ  (ପ୍ରଦୋଷ ମହାନ୍ତି): ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଦଳର ବିଭିନ୍ନ ସାଂଗଠନିକ ପଦ ପଦବୀରେ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି କ୍ରମରେ ଜଗତସିଂହପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସହପ୍ରଭାରୀ ଭାବେ ଦୀପକ ବିଶ୍ୱାଳଙ୍କୁ ମନୋନୀତ କରାଯାଇଛି। ଜଣେ ସକ୍ରିୟ ସଂଗଠକ ଭାବେ ଶ୍ରୀ ବିଶ୍ୱାଳଙ୍କ ପରିଚୟ ରହିଥିବାରୁ ଦଳୀୟ ନେତୃତ୍ୱ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଏହି ଦାୟିତ୍ୱ ଦେଇଥିବା ଜଣାପଡ଼ିଛି। ଏଥିପାଇଁ ସେ ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି ପ୍ରତାପ କୁମାର ମିଶ୍ର, ସାଂସଦ ବିଭୂପ୍ରସାଦ ତରାଇ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଓ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ ଦାଶଙ୍କୁ କୃତଜ୍ଞତା ଜଣାଇଛନ୍ତି। ନୂତନ ଦାୟିତ୍ୱ ସମ୍ପର୍କରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଦଳ ପକ୍ଷରୁ ଦିଆଯାଇଥିବା ଗୁରୁଦାୟିତ୍ୱକୁ ସେ ନିଷ୍ଠାର ସହ ପାଳନ କରିବେ। ଦଳର ଆଦର୍ଶ ଓ ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ନିରନ୍ତର ପ୍ରୟାସ କରିବେ। ତାଙ୍କୁ ଏହି ଦାୟିତ୍ୱ ମିଳିବା ପରେ ଦଳୀୟ ନେତା ଓ କର୍ମୀଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ