ରାଷ୍ଟ୍ରତି ପାର୍ଥୀ ଦୈାପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ ବିଶ୍ୱଜିତ୍
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଦ୍ରୈାପଦୀ ମୁର୍ମୁ ରାଷ୍ଟ୍ରତି ପ୍ରାର୍ଥୀ ଭାବେ ଓଡିଶାରୁ ମନୋନୀତ ହୋଇଥିବାରୁ ସମଗ୍ର ଓଡିଶାରେ ଏକପ୍ରକାର ଉତ୍ସବ ଓ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂଗଠନ, ବିଭିନ୍ନ ରାଜନୈତିକ ଦଳ ବିଶେଷ କରି ଓଡିଶାରେ ବସବାସ କରୁଥିବା ଆଦିବାସୀ ସମାଜ ଓ ଭାରତର ବିଭିନ୍ନ ରାଜ୍ୟରେ ରହୁଥିବା ଆଦିବାସୀ ସଂପ୍ରଦାୟ ଖୁସିରେ ଉତ୍ଫୁଲିତ ହୋଇ ଉଠିଛନ୍ତି । ଏହି ଅବସରରେ ସମାଜସେବୀ, ପଶୁପ୍ରେମୀ, ବିଭିନ୍ନ ଗଣମାଧ୍ୟମ ସହ ଜଡିତ ହୋଇ ସମାଜରେ ଅବହେଳିତ ଓ ନିଶ୍ପେଷିତ ଅବସ୍ଥାରେ ଥିବା ବୃଦ୍ଧବୃଦ୍ଧାଙ୍କୁ ସହାୟତାର ହାତ ବଢ଼ାଉଥିବା ବିଶ୍ୱଜିତ୍ ଦୈା୍ରଦୀ ମୁର୍ମୁଙ୍କୁ ଗେଷ୍ଟ ହାଉସ୍ ଠାରେ ସାକ୍ଷାତ କରି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ନିଶ୍ଟିତ ରୂପେ ଭାରତରେ ଥିବା ବିଭିନ୍ନ ବର୍ଗର ଦୁର୍ବଳ ଶ୍ରେଣୀ ବ୍ୟକ୍ତିବିଶେଷ ରାଷ୍ଟ୍ରତିଙ୍କ ଠାରୁ ସହଯୋଗ ପାଇବା ସହ ଆମ ଦେଶ ଭାରତର ସୁନାମ ମଧ୍ୟ ଆନ୍ତର୍ଜାତୀୟ ସ୍ତରରେ ବହୁ ଉଚ୍ଚରେ ରହିବା ଦେଶ ଓ ଜାତି ପାଇପାରିବେ । ବିଶ୍ୱଜିତ୍ ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘର ସାଧାରଣ ସଂପାଦକ ଭାବେ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ ରହି କଳା ଓ ସଂସ୍କୃତି କ୍ଷେତ୍ରରେ ନିଜକୁ ସାମିଲ କରିବା ସହ ଅଂଚଳରେ ଭାଇଚାରା ସୃଷ୍ଟି କରିବାରେ ସହାୟକ ହୋଇପାରିଛନ୍ତି । ସାକ୍ଷାତକାର ସମୟରେ ଓଡିଶା ରାଜ୍ୟ ବିଜେପିର ସମସ୍ତ ଶୀର୍ଷ ନେତୃତ୍ୱ ଓ ଭୁବନେଶ୍ୱର ସାଂସଦ ଉପସ୍ଥିତ ରହି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।