ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ବିହନ ବଣ୍ଟନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ଠାରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଅଞ୍ଚଳର କୃଷକ ମାନଙ୍କୁ ପାକଶାଳା ବଗିଚା ପାଇଁ ବିହନ ମଞ୍ଜି ବଣ୍ଟନ କରାଯାଇଛି । କରୋନା ମହାମାରୀ ଭଳି ଅଦୃଶ୍ୟ ଶକ୍ତି ବିରୋଧରେ ଦେଶ ତଥା ରାଜ୍ୟ ମୁକାବିଲା କରୁଥିବା ବେଳେ ସାଧାରଣ ଜନତା ବିଭିନ୍ନ ଅଭାବ ଅନାଟନ ଦେଇ ଗତିକରୁନ୍ତି । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ ଦାରିଙ୍ଗବାଡ଼ି ବ୍ଲକ ସ୍ଥିତ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ବ୍ଲକର ଅନେକ ଦୁର୍ଗମ ଅଞ୍ଚଳ ମାନଙ୍କରେ ଏହି କାର୍ଯ୍ୟକ୍ରମ କରାଯାଇଛି। ବ୍ରାହ୍ମଣୀଗାଁ ଅଞ୍ଚଳର ଆଠଗୋଟି ପଞ୍ଚାୟତ କାଟିଙ୍ଗିଆ ,କୁମ୍ଭାରିଗାଁ ,ଝିଂଜିରୀଗୁଡା ,ହାତୀମୁଣ୍ଡା ,ତାଜୁଙ୍ଗିଆ, ସରାମୁଳୀ , ଓ ଗଦାପୁର ପଞ୍ଚାୟତରେ ବିହନ ମଞ୍ଜି ବଣ୍ଟନ କରାଯାଇଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକର ଉଦ୍ୟାନ କୃଷି ଅଧିକାରିଣୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲ୍ଲିକଙ୍କ ନେତୃତ୍ୱରେ ଗଦାପୁର ଠାରେ ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ବିହନ ମଞ୍ଜି ବଣ୍ଟନ କରାଯାଇଥିଲା ଏଥିରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ରୁଦା ମଲିକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମଞ୍ଜି ବଣ୍ଟନର ଶୁଭାରମ୍ଭ କରିଥିଲେ । ପ୍ରତ୍ୟେକ ପଞ୍ଚାୟତର ୬୮ ଜଣ କୃଷକଙ୍କୁ ବିହନ ମଞ୍ଜି ବଣ୍ଟନ କରାଯାଇଥିବା ନେଇ କୃଷିଅଧିକାରିଣୀ ସୂଚନା ପ୍ରଦାନ କରିଛନ୍ତି ।


