ମରଣଯନ୍ତା ରାସ୍ତାରେ ଟ୍ରକ୍‍ ଦୁର୍ଘଟଣା ଚାଳକ ଓ ହେଲପର ଗୁରୁତର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ର ଖାରିଆନାଳରେ ରାସ୍ତା ଖରାପ ଯୋଗୁଁ କୋଇଲା ବୋଝେଇ ଟ୍ରକ୍‍ ଦୁର୍ଘଟଣା ଗସ୍ତ ଯୋଗୁଁ ଗାଡ଼ିର ଚାଳକ ଓ ହେଲପର ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ପ୍ରଥମେ କୋଟଗଡ଼ ଓ ପରେ ଅଧିକ ଚିକିତ୍ସା ପାଇଁ ବିଶାଖପାଟଣା ପଠାଇ ଦିଆଯାଇଥିବା ଡ଼ାକ୍ତରଖାନା ସୂତ୍ରରୁ ପ୍ରକାଶ। ଟ୍ରକ୍‌ଟି କୋଇଲା ବୋଝେଇ ହୋଇ ବିଶାଖପାଟଣାରୁ ରାଇପୁର ଅଭିମୁଖେ ଯାଉଥିବାବେଳେ କୋଟଗଡ଼ ଖରିଆନାଳରେ ରାସ୍ତା ସଂପୂର୍ଣ୍ଣଭାବେ ଖରାପ ଯୋଗୁଁ ଗାଡ଼ି ଚାଳକ ଭାରସାମ୍ୟ ହରାଇ ପଡିଥିଲେ। ଦୁର୍ଘଟଣା ପରେ ଗାଡ଼ିଟି ସଂପୂର୍ଣ୍ଣଭାବେ କ୍ଷତିଗ୍ରସ୍ତ ହୋଇଛି। ଖବର ପାଇ କୋଟଗଡ଼ ଅଗ୍ନିଶମବାହିନୀ ଓ ଅଞ୍ଚଳର ଜଣାଶୁଣା ସମାଜସେବୀ ମନୋଜ କୁମାର ସାବତ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଚାଳକ ଓ ହେଲପରକୁ ଉଦ୍ଧାର କରି ପ୍ରଥମେ କୋଟଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅନ୍ୟପକ୍ଷରେ ଗତ ୪ ବର୍ଷ ତଳେ ଉକ୍ତ ରାସ୍ତା ନିର୍ମାଣ ହୋଇଛି। ତେବେ ନିମ୍ନମାନର କାର୍ଯ୍ୟ ଯୋଗୁଁ ବାଲିଗୁଡ଼ାଠାରୁ ମୁନିଗୁଡ଼ା ପର୍ଯ୍ୟନ୍ତ ବର୍ତ୍ତମାନ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଲାଣି। ରାସ୍ତାର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଆଣ୍ଠୁଏ ଗାତ ସହିତ ଅନେକ ସ୍ଥାନରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ବାଲିଗୁଡ଼ା ପୂର୍ତ୍ତ ବିଭାଗ ଅଧିନସ୍ଥ ଉକ୍ତ ରାସ୍ତାର ନିୟମ ପ୍ରକାରେ ଠିକା ସଂସ୍ଥା ପକ୍ଷରୁ ୫ବର୍ଷ ପର୍ଯ୍ୟର୍ନ୍ତ ତଦାରଖ କରିବା ନିୟମ ଥିଲେ ମଧ୍ୟ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ତାହା ଆଜି ପର୍ଯ୍ୟନ୍ତ ମରାମତି ହୋଇ ପାରୁନାହିଁ। ଏପରିକି ଉକ୍ତ ରାସ୍ତାର ଅବସ୍ଥା ଶୋଚନୀୟ ଯୋଗୁଁ ରାସ୍ତାର ଅନେକ ସ୍ଥାନରେ ଅଞ୍ଚଳବାସୀ ଲାଲ୍‍ ବ୍ୟାନର ମାରି ମଧ୍ୟ ସତର୍କ କରାଇଥିବା ଦେଖାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ