ରାସ୍ତା ମଧ୍ୟରେ କାର ଅବରୋଧ କରି ଜନସାଧାରଣଙ୍କୁ ମାଲିକଙ୍କ ଓଲଟା ଧମକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ସହରର ବିଭିନ୍ନ ରାସ୍ତାରେ କିଛି କାର ଓ ବିଭିନ୍ନ ଯାନବାହାନ ମାଲିକମାନେ ରାସ୍ତାର ମଧ୍ୟ ଭାଗରେ ବିନା କାରଣରେ ଘଣ୍ଟା ଘଣ୍ଟା ଗାଡି ଅବରୋଧ କରି ଟ୍ରାଫିକ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରୁଥିବା ଅନେକ ସମୟରେ ଦେଖିବାକୁ ମିଳୁଛି । ରାସ୍ତା ଜାମ ଯୋଗୁଁ କାରଟିକୁ ହଟେଇବା ପାଇଁ ଲୋକଙ୍କ ଅନୁରୋଧକୁ ପ୍ରତ୍ୟାଖାନ କରି କାର ମାଲିକ ଓଲଟା ଲୋକଙ୍କୁ ଧମକ ଦେଉଥିବାର ଦେଖାଯାଇଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ସନ୍ଧ୍ୟା ୮ଘଣ୍ଟା ସମୟରେ ରାଜଦାଣ୍ଡରୁ ବଜାରକୁ ସଂଯୋଗ କରୁଥିବା ଭେଙ୍କେଟେଶ୍ୱର ମନ୍ଦିର ରାସ୍ତାରେ ଟିଏସ୍ ୦୭ ଜିଆର ୫୯୮୧ ନମ୍ବର ବିଶିଷ୍ଟ ଏକ କାରଟି ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲା । ଏନେଇ ଯାତାୟତ କରୁଥିବା ଲୋକେ ଉକ୍ତ କାର ମାଲିକ ବା ଚାଳକଙ୍କୁ ଗାଡି ବାହାର କରିବାପାଇଁ ଅନୁରୋଧ କରିଥିଲେ । କାର ମାଲିକ ବା ଚାଳକ ଜଣକ ଗାଡି ରାସ୍ତା ଅବରୋଧରୁ ବାହାର କରିବା ପରିବର୍ତ୍ତେ ଉତ୍‌କ୍ଷିପ୍ତ ହୋଇ ଓଲଟି ଲୋକଙ୍କୁ ବିଭିନ୍ନ ଭାବେ ଧମକ ଦେବା ସହ ଗାଳିଗୁଲଜ କରି ବହୁ ସମୟ ଧରି ଯୁକ୍ତିତର୍କ କରିଥିଲେ । ଫଳରେ ଆହୁରି ଟ୍ରାଫିକ ଜାମ ହେବା ସହ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଏଭଳି ଘଟଣା ଅନେକ ଥର ପାରଳା ସହରରେ ଘଟୁଛି । ରାସ୍ତା ଅବରୋଧ କରି ଓଲଟି ଧମକ ଦେଉଥିବା ଏପରି ମାଲିକ ବା ଚାଳକଙ୍କ ବିରୁଦ୍ଧରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ