ରାସ୍ତା ସଫେଇ କଲେ ଗ୍ରାମବାସି
କୁଚିଣ୍ଡା ,(ନୃପଲାଲ ଦେବ ):ଗ୍ରାମ ରାସ୍ତା ସଫl କଲେ ଗ୍ରାମବାସୀ | ସମ୍ବଲପୁର ଓ ସୁନ୍ଦରଗଡ ସୀମାନ୍ତ କୁ ଲାଗୀ ରହିଥିବା ଆଭ୍ୟନ୍ତରୀଣ ଅଁଳାପୋଷି ଗ୍ରାମରେ ରାସ୍ତା କଡରେ ଅନେକ୍ ଅନାବନା ଘାସ ଓ ବୁଦା ଭରି ରହିଥିଲା ଏହି ଅଞ୍ଚଳରେ ଆଗରୁ ଅନେକ ଦୁର୍ଘଟଣା ଘଟି ସାରିଛି ତେଣୁ ଏହି ରାସ୍ତା କୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ବୋଲି କୁହାଯାଏ l ପରେ କୁସୁମୀ ଫlଣ୍ଡି ଅଧିକାରୀ ଦେବରାଜ ସାହୁ ଙ୍କ ନେତୃତ୍ଵରେ ଅଁଳାପୋଷି ଗ୍ରାମର ରାଜକୁମାର ଶୁନାନୀ,ନେତ୍ରଲାଲ୍ ଗୌଡ,ବାବୁଲାଲ ପଟେଲ୍, ଅମୂଲ୍ୟ ରାୟ, ତାପସ ମହାନ୍ତି, ଯତୀନ ଗୌଡ, ଚିତ୍ରଲାଲ୍ ଗୌଡ ଙ୍କ ସହଯୋଗ ରେ ସମଗ୍ର ଅଞ୍ଚଳ କୁ ସଫl କରାଯାଇଛି l ଗ୍ରାମବାସୀ ଓ ଫାଣ୍ଡି ଅଧିକାରୀ ଙ୍କ ଏହି ପ୍ରୟାସ କୁ ଅଂଚଳବାସୀ ପ୍ରସଂଶା କରିଛନ୍ତି l


