ରାୟଗଡ ଥାନାରେ ସୁନୀଲ ବେହେରା ନୂତନ ଆଇଆଇସି ଭାବେ ଦାୟିତ୍ଵ ନେଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦର ଗଜପତି ଜିଲ୍ଲା ରାୟଗଡ଼ ଥାନାରେ ନୂତନ ଥାନା ଅଧିକାରୀ ଭାବେ ସୁନୀଲ କୁମାର ବେହେରା ଦାୟିତ୍ବ ଗ୍ରହଣ କରିଛନ୍ତି l ଏହା ପୂର୍ବରୁ ରାୟଗଡ ଥାନା ଅଧିକାରୀ ଭାବେ ଆନନ୍ଦ ଚନ୍ଦ୍ର ପାତ୍ର ଦାୟିତ୍ବରେ ଥିବାବେଳେ ତାଙ୍କୁ କନ୍ଧମାଳ ଜିଲ୍ଲା ଦରୀଙ୍ଗିବାଡି ଥାନାକୁ ବଦଳି ହୋଇଯାଇଛି। ତାଙ୍କ ସ୍ଥାନରେ ଏଥି ପୂର୍ବରୁ ବ୍ରହ୍ମପୁର ଟ୍ରାଫିକ ଅଧିକାରୀ ସୁନୀଲ କୁମାର ବେହେରା ବର୍ତ୍ତମାନ ସେ ରାୟଗଡ଼ ଥାନା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି l ଅଞ୍ଚଳରେ ସମସ୍ତ ପ୍ରକାର ଅସାମାଜିକ କାର୍ଯ୍ୟକଳାପ ପ୍ରତି ଦୃଷ୍ଟି ଦେଇ ଲୋକଙ୍କୁ ଉତ୍ତମ ସୁରକ୍ଷା ଏବଂ ସେବା ଯୋଗାଇଦେବାକୁ ପ୍ରତିଶୃତିବଦ୍ଧ ବୋଲି ଥାନାଧିକାରୀ ଶ୍ରୀ ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି l