ରେକମେରା ଜଙ୍ଗଲ ଜମି ମୌଜାକୁ ନେଇ ବିବାଦ
ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଲକର ସ୍ଥାନୀୟ ପଂଚାୟତର ଗୋରୁ ହାଟ ପାଇଁ ରେକମେରା ମୌଜା ଜମିକୁ ଦଖଲ ନେଇ ବିବାଦ, ବଡଖଣି ପଂଚାୟତର ରେକମେରା ମୌଜାକୁ ନେଇ ଜଙ୍ଗଲ ଜମି ପ୍ରାୟ ୮୦ହେକ୍ଟର ରହିଥିବା ବେଳେ ସେଥି ମଧ୍ୟରୁ ସରକାର ପଡୁ ଚାଷ ରୋକିବା ପାଇଁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ପ୍ରତେକ୍ ଗ୍ରାମରେ ବନ ବିଭାଗ ପକ୍ଷରୁ ଜଙ୍ଗଲ ସୁରକ୍ଷା କମିଟି ଗଠନ କରିଛନ୍ତି, ନିଜ ଗ୍ରାମର ଜଙ୍ଗଲ ନିଜେ ସୁରକ୍ଷା ପାଇଁ ୨୦୨୦ ମସିହାରେ ଆମ ଜଙ୍ଗଲ ଯୋଜନା ମାଧ୍ୟମରେ କିଛି କିଛି ଗ୍ରାମକୁ ଜଙ୍ଗଲ ଜମିରୁ ମୌଜା ଦିଆ ଯାଇଥିଲା, ଯେଉଁ ଥିରେ ସେମାନେ ମୂଲ୍ୟବାନ ଗଛ ଓ ଚାରା ରୋପଣ କରିବେ, ସେଇ ପରି ରେକମେରା ଗ୍ରାମକୁ ମଧ୍ଯ ଦିଆଯାଇଛି ସେଥି ମଧ୍ୟରୁ ୧୨,୧୩, ୧୪ନଂ ଜମିକୁ ମୋହନା ପଂଚାୟତ ଜୋର୍ ଜବରଦସ୍ତ ଦଖଲ କରି ଗୋରୁ ହାଟ କରି ପାନୁ ଆଦାୟ କରୁଥିଲେ, ଯାହାକୁ ଗ୍ରାମ ବାସୀ ବିରଧ୍ କରି ଆସୁଥିଲେ ଗୁରୁବାର ଦିନ ମୋହନା ପଂଚାୟତ କାର୍ଯ୍ୟାଳୟ ପରିଶ୍ୱର୍ରେ ସରପଞ୍ଚ ସୁନୀତା ମଲିକ, ପଂଚାୟତ ଅଧିକାରୀ ଖଗେଶ୍ବର ଭୂଇଁ, ନାଏବ ସରପଞ୍ଚ ରସାନନ୍ଦ ପାଣି ଓ ବନ ବିଭାଗର ସଭ୍ୟ, ସମ୍ପାଦକ ସନ୍ତୋଷ କୁମାର ବିଷୋଇରତ୍ନ, ବନପାଳ ଦେବାଶିଷ ଶତପଥି ଓ ଗ୍ରାମ ବାସୀ ଉପସ୍ଥିତରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁ ଥୀରେ କି ରେକମେରା ଗ୍ରାମକୁ ଦିଆ ଯାଇଥିବା ମୌଜାରେ ସେମାନେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଛନ୍ତି, ୧୨,୧୩ ଓ ୧୪ଜାଗାକୁ ଅତି ମୂଲ୍ୟ ବାନ ବୃକ୍ଷ ରୋପଣ ପାଇଁ ସଫା କରି ରଖା ଯାଇଛି ତେଣୁ ଉକ୍ତ ଜାଗାକୁ ଛାଡି ଅନୀୟ କୌଣସି ସ୍ଥାନରେ ତହସିଲଦାରଙ୍କୁ କହି ମାଗନ୍ତୁ, କାରଣ ଜଙ୍ଗଲ ସୁରକ୍ଷା ପାଇଁ ଯେଉଁ ଜମି ରହିଛି ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ ହେଉଛି, ଏହି ଜାଗାରେ ଲାଗିଲେ ଅଯଥା ଗଣ୍ଡଗୋଳ ହେବ ବୋଲି ଗ୍ରାମ ବାସୀ କହିଛନ୍ତି, ସେପଟେ ତହସିଲଦାରଙ୍କୁ କହି ପଂଚାୟତ ହାଟ ପାଇଁ ଜାଗା ଯୋଗାଇବାପାଇଁ ଅଭିଯୋଗ ପତ୍ର ଦିଆଯିବ ବୋଲି ପଂଚାୟତ ନିର୍ବାହୀ ଅଧିକାରୀ ଭୂଇଁ କହିଛନ୍ତି.


