ରୋଗୀ କଲ୍ୟାଣ ସମିତି ବୈଠକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହ ମଧ୍ୟରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର କମଳାକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତିଭୂମି ଓ ରୋଗୀ ସେବା ସମ୍ପର୍କରେ ସମୀକ୍ଷା କରିଥିଲେ। ବିଗତ ବର୍ଷ ମାନଙ୍କରେ ଉନ୍ନତମାନର କାର୍ଯ୍ୟକୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମିଳିଥିବା ବିଭିନ୍ନ ପୁରସ୍କାର ସମ୍ପର୍କରେ ବିପିଏମ ରଶ୍ମିରେଖା ପୃଷ୍ଟି ବୈଠକରେ ସୂଚନା ଦେଇଥିଲେ। ଏଥିରେ ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ, ବିଇଓ ଅଧିର କୁମାର ତରାଇ, ସାଂସଦଙ୍କ ପ୍ରତିନିଧି ଲଳିତ ରାଉତ ପ୍ରମୁଖ ଯୋଗଦେଇଥିଲେ। ଏହାଛଡା ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ୟ ଚିକିତ୍ସକ ଓ କର୍ମଚାରୀ ମାନେ ଏଥିରେ ଉପସ୍ଥିତ ଥିଲେ।