ରୋଗ ଉପଶମ କରେ ପିମ୍ପୁଡି

ପିମ୍ପୁଡି ନିଜ ଶରୀରରେ ପ୍ରତିଷେଧକ ଶକ୍ତି ସୃଷ୍ଟି କରିବା ପାଇଁ ଏକ ପ୍ରକାର ଆଣ୍ଟିବାୟୋଟିକ୍ସ୍ ପ୍ରସ୍ତୁତ କରିଥାନ୍ତି । ଏହା ମନୁଷ୍ୟଠାରେ ଦେଖାଯାଉଥିବା କେତେକ ରୋଗର ନିଦାନ କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ଏ ସମ୍ପର୍କରେ ଆମେରିକାର ଉତ୍ତର କାରୋଲିନା ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି । ସୋଲିନୋପିସିସ୍ ମୋଲେଷ୍ଟା ନାମକ ଏକ ପିମ୍ପୁଡି ପ୍ରଜାତି ଏକ ପ୍ରକାର ଆଣ୍ଟିବାୟୋଟିକ୍ସ୍ ପ୍ରସ୍ତୁତ କରିଥାନ୍ତି । ମନୁଷ୍ୟଠାରେ ଦେଖାଯାଉଥିବା କେତେକ କବକ ଜାତୀୟ ରୋଗର ନିଦାନ କ୍ଷେତ୍ରରେ ଏହି ଆଣ୍ଟିବାୟୋଟିକ୍ସର ବ୍ୟବହାର କରାଯାଇ ସଫଳତା ମିଳିଥିବା ଗବେଷକ କହିଛନ୍ତି । ଗବେଷକ ୨୦ଟି ପିମ୍ପୁଡି ପ୍ରଜାତି ଉପରେ ଦୀର୍ଘଦିନ ଧରି ପରୀକ୍ଷା ଚଳାଇଥିଲେ । ସେସବୁ ପ୍ରଜାତି ମଧ୍ୟରୁ ୧୨ଟିଠାରେ ସୃଷ୍ଟି ହେଉଥିବା ପ୍ରତିଷେଧକ ରାସାୟନିକ ପଦାର୍ଥ ପିମ୍ପୁଡିକୁ ବିଭିନ୍ନ ରୋଗରୁ ମୁକ୍ତି ପ୍ରଦାନ କରିଥାଏ ବୋଲି ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି । ଏବେ ମଧ୍ୟ ଆଫ୍ରିକାର ଘନ ଜଙ୍ଗଲ ମଧ୍ୟରେ ଥିବା ହିମ୍ବା ଜନଜାତି ଏଭଳି ପିମ୍ପୁଡିଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଆଣ୍ଟିବାୟୋଟିକ୍ସକୁ ବ୍ୟବହାର କରିଥାନ୍ତି । ସେମାନେ ଏହି ପ୍ରଜାତିର ପିମ୍ପୁଡିକୁ କେତେକ ନିର୍ଦ୍ଦିଷ୍ଟ ରୋଗ ସମୟରେ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି । ପିମ୍ପୁଡି ମଧ୍ୟରେ ଥିବା ରାସାୟନିକ ପଦାର୍ଥ ଖାଦ୍ୟ ମାଧ୍ୟମରେ ଏହି ଜନଜାତିଙ୍କ ଶରୀରକୁ ଆସିଥାଏ । ଫଳରେ ସେମାନଙ୍କୁ ସହଜରେ ମିଳିମିଳା, କେତେକ କବକ ଜାତୀୟ ରୋଗ, ଶ୍ୱାସରୋଗ ଆଦି ସହଜରେ ହୋଇ ନ ଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ