ରୋଭର ରେଂଜର ମିନି ଜାମ୍ବୋରୀ ଉଦ୍‌ଯାପିତ

ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନ ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ବରୁଣେଇ ସନ୍ନିକଟ ରାଜ୍ୟ ତାଲିମ କେନ୍ଦ୍ର୍ ପରିସରରେ ଆୟୋଜିତ ଜାତୀୟସ୍ତରୀୟ ରୋଭର ରେଞ୍ଜର ମିନି ଜାମ୍ବୋରୀର ଶୁକ୍ରବାର ଦିନ ଉଦ୍‌ଯାପିତ ହୋଇଯାଇଅଛି । ପ୍ରାତଃକାଳରେ ରୋଭର ଓ ରେଂଜରମାନେ ଶାରୀରିକ ସୁସ୍ଥତା ପାଇଁ ଯୋଗ ଏବଂ ପ୍ରାଣାୟମ, ଡ୍ରିଲ୍ ଓ ମାର୍ଚ୍ଚିଂ କରିବାରେ ନିଜକୁ ନିୟୋଜିତ କରିଥିଲେ । ପରେ ପରେ ଶିବିରର ଦୈନିକ କାର୍ଯ୍ୟସୂଚୀ ପରେ ସେମାନେ ଦଳଗତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ଦଳରେ ବିଭକ୍ତ ହୋଇ ରୋଭରିଂ ଓ ରେଂଜରିର ବିକାଶ, ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢ଼ିମାନଙ୍କର ପ୍ରତିଭା ବିକାଶ, ସାମାଜିକ ସମସ୍ୟା ତଥା କୁସଂସ୍କାର ବିଷୟରେ ରୋଭର ଓ ରେଂଜରମାନଙ୍କ ଦାୟିତ୍ୱ ବିଷୟରେ ଆଲୋଚନା କରି ବ୍ୟକ୍ତିଗତ ମତ ଉପସ୍ଥାପନା କଲେ । ତା ପରେ ଯୁବମଞ୍ଚ ମାଧ୍ୟମରେ ପ୍ରତ୍ୟେକ କାର୍ଯ୍ୟଗୁଡ଼ିକ କିପରି ରୋଭର ଓ ରେଂଜରମାନଙ୍କର ତ୍ୱରାନ୍ୱିତ ସେ ବିଷୟରେ ମଧ୍ୟ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରିବା ପାଇଁ ସେମାନଙ୍କୁ ଅବଗତ କରାଯାଇଥିଲା । ମଧ୍ୟାହ୍ନ ଭୋଜନ ପରେ ପୁନଃଶ୍ଚ Sustainable Development Goal ବିଷୟରେ ରୋଭର ଓ ରେଂଜରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଧାରଣା ପ୍ରଦାନ କରାଯାଇଥିଲା । ରାଜ୍ୟ ସଭାପତି ଶ୍ରୀ ବିଷ୍ଣୁଚରଣ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଉତ୍ସବରେ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳି ପ୍ରସାଦ ମିଶ୍ର, ଜାତୀୟ ପରିଷଦର ନିର୍ଦ୍ଦେଶକ ଶ୍ରୀ ରାଜ କୁମାର କୌଶିକ, ଅନ୍ତର୍ଜାତୀୟ କମିଶନର ଶ୍ରୀମତୀ ଆମେଲା ସ୍ୱେର୍ ଉପସ୍ଥିତ ଥିଲେ । ରାଜ୍ୟ ମୁଖ୍ୟ କମିଶନର ଶ୍ରୀ ମିଶ୍ର ଅତିଥି ମାନଙ୍କୁ ସ୍ୱାଗତ କରିବାକୁ ଯାଇ ବର୍ଷବ୍ୟାପୀ ସଂଗଠନର ଭିନ୍ନ ଭିନ୍ନ ବିକାଶ ମୂଳକ ସାମାଜିକ ସମସ୍ୟା ସମ୍ବନ୍ଧିତ ସଚେତନତା ଏବଂ ସେବାମୂଳକ କାର୍ଯ୍ୟ ସହିତ ଗାନ୍ଧି ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ବନ୍ଧରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଜାତୀୟ ପରିଷେଦ ନିର୍ଦ୍ଦେଶକ ଶ୍ରୀ ରାଜକୁମାର କୌଶିକ ରେଞ୍ଜର ବିଭାଗର ୧୦୦ ବର୍ଷ ପୁରଣୀ ଅବସରରେ ରୋଭର ରେଞ୍ଜରମାନଙ୍କୁ ନୂତନ ଦିଗଦର୍ଶନ ଦେବାର ପ୍ରୟାସ ପାଇଁ ରାଜ୍ୟ ସଂଗଠନର ଏହି ମିନି ଜାମ୍ବୋରୀ ଆୟୋଜନରେ ନିଜର ସନ୍ତୋଷ ବ୍ୟକ୍ତ କରିବା ସହିତ ଏହାର ସଫଳତା କାମନା କରିଥିଲେ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଓଡିଶା ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରି ଅନ୍ତର୍ଜାତୀୟ ସ୍ତରରେ ନିଜର ସମ୍ମାନ ବଜାୟ ରଖିଥିବାରୁ ସେ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଜାତୀୟ ଉପନିର୍ଦ୍ଦେଶିକା ଶ୍ରୀମତୀ ସୁରେଖା ଶ୍ରୀବାସ୍ତବ ଶିବିରର ବିବରଣୀ ପାଠ କରିଥିବା ବେଳେ ଉପନିର୍ଦ୍ଦେଶକ ଶ୍ରୀ ଅମର ବି ଛେତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ସଂଗଠନର କର୍ମକର୍ତ୍ତାଙ୍କ ସହାୟତାରେ ରାଜ୍ୟ ଗାଇଡ୍ ସଂଗଠନ କମିଶନର ଶ୍ରୀମତୀ ଅନାମିକା ଦାସ ଉକ୍ତ ଉତ୍ସବକୁ ପରିଚାଳନା କରିଥିଲେ । ଜାମ୍ବୋରୀରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ରାଜ୍ୟ ତଥା ରୋଭର ରେଞ୍ଜର ମାନଙ୍କୁ ପୁରସ୍କୃତ କରାଯିବା ପରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ