ଲକଡାଉନକୁ ନେଇ ଗ୍ରାମାଞ୍ଚଳରେ ବଢିଲା ଅନ୍ଧ ବିଶ୍ୱାସ, କୁକୁର କାମୁଡାରେ ବାଳିକା ମୃତ୍ୟୁ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଲକଡାଉନକୁ ନେଇ ଗ୍ରାମାଞ୍ଚଳକୁ ଗାଡି ମୋଟର ଚାଲୁ ନଥିବା ବେଳେ କିଛି ଆଦିବାସୀ ଅଞ୍ଚଳରେ ଲୋକେ ମେଡିକାଲ ନ ଆସି ଘରେ ଘରେ ଅନ୍ଧ ବିଶ୍ୱାସ ଓ ଚେର ମୂଳର ବଶବର୍ତ୍ତୀ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ଏଭଳି ଅଭିଯୋଗ ଆସୁଥିବା ବେଳେ ଏକ ଘଟଣା ପଦାକୁ ଆସିଛି । ଏକ ମାସ ପୂର୍ବେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ଗୁମିକିଆ ପଞ୍ଚାୟତର କୁଞ୍ଜୁମାହା ଗ୍ରାମର ଲେବୀୟ ପ୍ରଧାନଙ୍କ ୮ ବର୍ଷର ଝିଅକୁ କୁକୁର କାମୁଡି ଦେଇଥିଲା । ତାକୁ ପରିବାର ଲୋକ ନିକଟସ୍ଥ ବୁଡଗୁଡା ମେଡିକାଲକୁ ଆଣିବା ପାଇଁ କୌଣସି ଗାଡି ମିଳିନଥିଲା । ଯାହା ଫଳରେ ଝିଅଟି ରବିବାର ରାତିରୁ ଘରେ ଛଟପଟ ହୋଇଥିଲା । ସୋମବାର ତାକୁ ବାଲିଗୁଡା ମେଡିକାଲକୁ ଆଣି ଥିବା ବେଳେ ଝିଅଟି ତଳେ ଗଡିଯାଉଥିଲା ଓ ବାନ୍ତି ଓ ନାଳ ପାଟିରୁ ବାହାରୁଥିଲା । ତାକୁ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ମିଳିଥିବା ସୂଚନା ଅନୁସାରେ ସେଠାରେ ଶିଶୁଟିର ମୃତ୍ୟୁ ଘଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ