ଲକ୍ଡାଉନ୍ ଉଲଂଘନ ପାରଳା ପୋଲିସ ୪ ଜଣଙ୍କୁ ଗିରଫ କଲେ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ଠାରେ ଲକ୍ଡାଉନ୍ ଉଲଂଘନ ଅଭିଯୋଗରେ ପୋଲିସ ଗତକାଲି ୪ ଜଣଙ୍କୁ ଗିରଫ କରିଛି । ଏମାନେ କଣ୍ଡରା ସାହିର ବାସୀନ୍ଦା ଅଟନ୍ତି । ଏମାନେ ସାହି ରାସ୍ତା ଉପରେ ବାଡ ଟାଣିବା ସହ ପୋଲିସକୁ ଅବମାନନା କରି ରାସ୍ତାରେ ରୁଣ୍ଡ ହୋଇ ଲକ୍ଡାଉନ୍ ଉଲଂଘନ କରିଥିଲେ । ଏହା ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଖବର ପାଇ ଘଟଣା ସ୍ଥଳରେ ତାଙ୍କ ଟିମ୍ ସହ ପହଂଚି ଲୋକମାନଙ୍କୁ ବୁଝାଇଥିଲେ । କିନ୍ତୁ ଅବୁଝା ଲୋକମାନେ ମାନିବାକୁ ପ୍ରସ୍ତୁତ ହୋଇ ନ ଥିବାରୁ ବାଧ୍ୟ ହୋଇ ୪ଜଣଙ୍କୁ ଗିରଫ କରାଯାଇ ପରିସ୍ଥିତିକୁ ଆୟତ କରାଯାଇଥିଲା । ଏହି ଘଟଣାକୁ ନେଇ ୮୨/୨୦ରେ ଏକ ମାମଲା ରୁଜୁ କରାଯାଇଥିବାବେଳେ ଗିରିଫ ବ୍ୟକ୍ତିମାନେ ହେଲେ ସନ୍ତୋଷ ବେଣିଆ(୩୪), ବୃନ୍ଦାବନ ନାଗୁଲୁ(୪୫), କାଳିଆ ବେଣିଆ(୨୧) ଓ ପି.ଚନ୍ଦ୍ର ରାଓ ବୋଲି ଜଣାପଡିଛି ।


