ଲଗାଣ ବର୍ଷାରେ ହୁବୁଡୁବୁ ମୁମ୍ବାଇ
(ଯୁଗାବ୍ଦ ନ୍ୟୁଜ ) ଭାରତର ବାଣିଜ୍ୟକ ସହର ମୁମ୍ବାଇ ରେ ଲାଗି ରହିଛି ବର୍ଷା ଓ ଫଳରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି ।ଆସନ୍ତା ୨୪ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ମୁମ୍ବାଇ ଓ ଆଖପାଖ ଅଂଚଳକୁ ରେଡ଼ ଆଲର୍ଟ ଜାରି କରାଯିବା ସହ ବିପଦକୁ ରୋକିବାକୁ ସମସ୍ତ ସ୍କୁଲ କଲେଜ, ବିମାନ ଉଡ଼ାଣ ଓ ଲୋକାଲ ଟ୍ରେନ ବାତିଲ କରାଯାଇଛି ।ଲଗାଣ ବର୍ଷା କାରଣରୁ ରାସ୍ତାଘାଟ ଓ ରେଳ ଟ୍ରାକ ସବୁ ଜଳମଗ୍ନ ହୋଇପଡ଼ିଛି । ଫଳରେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇଛି । ମିଠି ନଦୀର ଜଳସ୍ତର ବୃଦ୍ଧି ପାଇ ବନ୍ୟାସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ଫଳରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି ।