ଲିଙ୍ଗାପାଲି ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଜମନକିରା, (ଲିପନ ନାଏକ):ଧୂଡିପାଲି ଲିଙ୍ଗାପାଲି ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଥିଲା । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟା ତନୟା ଧୁରିଆ , ଧୂଡିପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଅରୁଣ ନାଏକ , ସୁଧାଂଶୁ ଚୌଧୁରୀ, ନନ୍ଦଲାଲ ଚୌଧୁରୀ, କାହ୍ନୁଚରଣ ପଟେଲ , ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିକାଶ ରଞ୍ଚନ ପୃଷେଠ, ଅତିଥି ରୁପେ ଯୋଗଦାନ କରି ପିଲାଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ନାଏକ ସଭାରେ ସଭାପତିତ୍ବ କରିଥିବାବେଳେ ସହକାରୀ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ବାଘ ମଞ୍ଚ ପରିଚାଲନା କରିଥିଲେ । ଶିକ୍ଷୟିତ୍ରୀ ନମିତା କିସାନ ଓ ନିରୁପମା କିସାନ କାର୍ଯ୍ୟକ୍ରମର ପରିଚାଲନା ରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ