ଲୁଣାବନ୍ଧ ସୁଦୃଢ଼ୀକରଣ ଓ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ

ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ କ୍ୟାବିନେଟ ବୈଠକରେ ବାଲେଶ୍ୱର ଜିଲା ପାଇଁ ୨୯୨ କୋଟି ଟଙ୍କାର ମେଗା ବିଶୁଦ୍ଧ ପାନୀୟଜଳ ପ୍ରକଳ୍ପ ଓ ୩୭୫. ୩୨ କୋଟିର ଲୁଣିବନ୍ଧ ପ୍ରକଳ୍ପ ମଞ୍ଜୁରୀକୁ ନେଇ ଜିଲା ବିଜେଡି ପକ୍ଷରୁ ମଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଦଳୀୟ ଜିଲା କାର୍ଯ୍ୟାଳୟରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ବିଜେଡି ଜିଲା ସଭାପତି ତଥା ପୂର୍ବତନ ସାଂସସ ରବୀନ୍ଦ୍ର କୁମାର ଜେନା ଯୋଗଦେଇ ପ୍ରକଳ୍ପର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ଦୁଇ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟାକରୀ ହେଲେ ବାଲେଶ୍ୱର ସଦର, ରେମୁଣା ଖଇରା ବ୍ଲକର ୪୧ ପଞ୍ଚାୟତ ଅନ୍ତର୍ଗତ ୩୦୧ ଟି ଗ୍ରାମର ପ୍ରାୟ ୨,୬୨,୦୯୩ ଲୋକେ ଉପକୃତ ହେବେ ବୋଲି ଶ୍ରୀ ଜେନା ଆଶା ପ୍ରକାଶ କରିଛନ୍ତି । ସେହିଭଳି ୮୫.୩ କିମି ଦୈର୍ଘ୍ୟର ସମୂଦ୍ର ଉପକଳରେ ୨୦ଗୋଟି ଲୁଣାବନ୍ଧ ସୁଦୃଢ଼ୀକରଣ ହେଲେ ବାତ୍ୟା ବେଳେ ୨୫୦ କିଲୋମିଟର ବେଗରେ ପବନ ବୋହିଲେ ବି ସମୁଦ୍ର ଜୁଆର ପାଣି ଆଉ ଲୁଣିବନ୍ଧ ଅତ୍ରିକମ କରି ଗାଁଗଣ୍ଡାରେ ପ୍ରବେଶ କରିପାରିବ ନାହିଁ ବୋଲି ସେ କହିଛନ୍ତି । ଏହି ବନ୍ଧ ଦ୍ୱାରା ଉପ-କୂଳବର୍ତ୍ତୀ ସଦର, ରେମୁଣା, ବାହାନଗା, ଭୋଗରାଇ ପ୍ରଭୃତି ବ୍ଲକର ହଜାର ହଜାର ହେକ୍ଟର ଚାଷଜମି ଲୁଣିପାଣିରୁ ସୁରକ୍ଷିତ ରହିବ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଅବଦାନ ବାଲେଶ୍ୱର ଜିଲା ବିକାଶର ଅନ୍ୟଏକ ମାଇଲଖୁଣ୍ଟ ବୋଲି ଶ୍ରୀ ଜେନା ପ୍ରକାଶ ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଭୋଗରାଇ ବିଧାୟକ ଅନନ୍ତ ଦାସ, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସଦର ବିଧାୟକ ସ୍ୱରୂପ ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ପୌରାଧ୍ୟକ୍ଷା ସବିତା ସାହୁ, ସଦର ବ୍ଲକ ଚେୟାରମ୍ୟାନ ସୁନୀତା ବେହେରା, ରେମୁଣା ବ୍ଲକ ଚେୟାରମ୍ୟାନ ରାଜେନ୍ଦ୍ର ରାଉତଙ୍କ ସମେତ ଗୌରୀ ରାଉତ, ବରଦା ପ୍ରସନ୍ନ ପଟ୍ଟନାୟକ, ଭୂବନାନନ୍ଦ ଦାସ, ଆଲୋକ ସାହୁ, ଶତ୍ରୁଘ୍ନ ମଲିକ, ସିମନ ଦାସମହାପାତ୍ର, ତାପସ ପରିଡ଼ା ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ