ଲୋକ ହେଉନାହାନ୍ତି, ବସ ବନ୍ଦ ହେବ: ମନ୍ତ୍ରୀ
ଭୁବନେଶ୍ୱର: ଅନିଶ୍ଚିତତା ଭିତରେ ଏବେ ଅନ୍ତଃରାଜ୍ୟ ବସ ଚଳାଚଳ ସେବା । ଏନେଇ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ଏବେ ସୁଦ୍ଧା ନିଷ୍ପତ୍ତି ହୋଇନାହିଁ । କୌଣସି ରାଜ୍ୟ ସହ କଥା ହୋଇନୁ । ରଥଯାତ୍ରା ପାଇଁ ବସ ଚଳାଚଳ ନେଇ କୌଣସି ଆଲୋଚନା ହୋଇନି । ସବୁବେଳେ ରଥଯାତ୍ରା ପୂର୍ବରୁ ୨ଥର ବୈଠକ ବସେ । ଏପର୍ଯ୍ୟନ୍ତ ହୋଇନି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଭାଗ କାର୍ଯ୍ୟ କରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି । ସେହିପରି ଓଏସଆରଟିସି ବସ ଚଳାଚଳ ପ୍ରସଙ୍ଗରେ ମନ୍ତ୍ରୀ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ୬୬ ରୁଟ ମଧ୍ୟରୁ ୨୦ଟି ରୁଟରେ ଲୋକ ହେଉନାହାନ୍ତି । ୨ରୁ ୩ ଜଣ ଲୋକ ହେଉଛନ୍ତି । ଅତିବେଶୀରେ ୫ ଜଣ ହେଉଛନ୍ତି । କେତେ କ୍ଷତିରେ ବସ ଚାଲିବ । ବାଧ୍ୟ ହୋଇ ବସ ଚଳାଚଳ ବନ୍ଦ ହେବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।


