ଆଜି ଭୁବନେଶ୍ୱରରେ ୩ ପଜିଟିଭ

ଭୁବନେଶ୍ୱର: କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା ।
ଏହାରି ଭିତରେ ଶନିବାର ଭୁବନେଶ୍ୱର ସହରରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ହୋମ କ୍ୱାରେଣ୍ଟାଇନରେ ଥିଲେ । ଅନ୍ୟ ଜଣେ ଲୋକାଲ କେସ ବୋଲି ଜଣାଯାଇଛି । ଜଣେ ୨୭ ବର୍ଷୀୟ ଆକ୍ରାନ୍ତ ଯୁବକ ଏୟାରପୋର୍ଟ ପାଖ ଭୀମପୁରର ଓ ଅନ୍ୟ ଜଣେ ୩୬ ବର୍ଷୀୟ ଯୁବକ କଳିଙ୍ଗ ଷ୍ଟୁଡିଓ ପାଖ ଭରତପୁରର ବୋଲି ଜଣାଯାଇଛି । ଉଭୟଙ୍କ ଦିଲ୍ଲୀ ଗସ୍ତ ନେଇ ଟ୍ରାଭେଲ ହିଷ୍ଟ୍ରି ରହିଛି । ଆଉ ଜଣେ ଆକ୍ରାନ୍ତ ଡୁଡୁଡୁମା ହାଉସିଂ ବୋର୍ଡ କଲୋନୀର । ସେ ଗଞ୍ଜାମ ଫେରନ୍ତା ବୋଲି ଜଣାଯାଇଛି । ଏମାନଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬କୁ ବୃଦ୍ଧି ପାଇଛି । ଶନିବାର ରାଜ୍ୟରେ ସର୍ବାଧିକ ୨୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୬ଟି ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୯୬ ଜଣ କ୍ୱାରେଣ୍ଟାଇନରୁ ଓ ୨୯ ଜଣ ଲୋକାଲ କେସ ବୋଲି ଜଣାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ