କୁକୁଡାଖଣ୍ଡି ତହସିଲକୁ ଭଗବାନ ଭରସା
କୁକୁଡାଖଣ୍ଡି:- ଭଗବାନଙ୍କ ଭରସାରେ ଚାଲିଛି କୁକୁଡାଖଣ୍ଡି ତହସିଲ କାର୍ଯ୍ୟାଳୟ ଯାହାକି “ବାଘ ନଥିଲେ ମିରିଗ ନାଟ ସଦୃଶ “। କାର୍ଯ୍ୟାଳୟରେ ଡିସେମ୍ବର ମାସଠାରୁ ନାହାନ୍ତି ସ୍ଥାୟୀ ତହସିଲଦାର । କୁକୁଡାଖଣ୍ଡି ଗୋଷ୍ଟୀ ଉନ୍ନୟନ ଅଧିକାରୀ ବର୍ତ୍ତମାନ ତହସିଲଦାର ଦାୟିତ୍ବ ନେଇଛନ୍ତି । ଏହାର ଫାଇଦା ଉଠାଉଛନ୍ତି ଆରଆଇ ,ଅମିନ ମାନେ । ୨ହଜାରରୁ ମ୍ୟୁଟେସନ,ଓଲଏଆର୍ ମାମଲା ସମାଧାନ ନହୋଇ ପଡିରହିଛି । କାର୍ଯ୍ୟାଳୟରେ ଜଣେ ମାତ୍ର ଅତିରିକ୍ତ ତହସିଲଦାର ରହିଥିବାରୁ ସେ ଷେତ୍ର ପରିଦର୍ଶନ ଦାୟିତ୍ବ ରେ ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁଇଜଣ ଅତିରିକ୍ତ ତହସିଲଦାରକୁଂ ପୋଷ୍ଟିଂ ଦେଇଛନ୍ତି। କିନ୍ତୁ ଆରଆଇ ଅମିନ ମାନେ ସେମାନଙ୍କ ମନମୁତାବ କାର୍ଯ୍ୟ କରୁଥିବା ଯୋଗୁଁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ମ୍ୟୁଟେସନ,ଓଏଲଆର ମାମଲା ଗୁଡିକୁ ଜାଣିଶୁଣି ଡ୍ରପ କରୁଛନ୍ତି ଯାହା ଫଳରେ କି ତହସିଲ କାର୍ଯ୍ୟାଳୟକୁ ଦୌଡିଦୌଡି ନୟାନ୍ତ ହୋଇପଡୁଛନ୍ତି । ନିଜ ହକ୍ ପାଇବାକୁ ହକଦାର ହୋଇପାରୁନାହାନ୍ତି । ଆରଆଇ ,ଅମିନ ମାନଙ୍କ ମନମାନି ଯୋଗୁଁ ତହସିଲ ପ୍ରତି ଲୋକଙ୍କ ବିଶ୍ବାସ ଉଠିଯାଉଛି ।


