ଶନି ମନ୍ଦିରର ବାର୍ଷିକ ଉତ୍ସବ: ଶନିଶିଳା ଓ ପଞ୍ଚମୁଖୀ ହନୁମାନ ବିଗ୍ରହ ପ୍ରତିଷ୍ଠା

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍‌) : ଛୟାଳସିଂ ପଞ୍ଚାୟତ ଦିବ୍ୟଗ୍ରାମ ଛୟାଳସିଂ ଠାରେ ଶନି ମନ୍ଦିରର ୩ୟ ବାର୍ଷିକ ଉତ୍ସବ ଓ ଶନିଶିଳା ଓ ପଞ୍ଚମୁଖୀ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ୪ ଦିନ ଧରି ଚାଲିବ । ପ୍ରାରମ୍ଭରେ କପାଳୀ ନଦୀରୁ ୨୯ଟି କଳସ ଅଣାଯାଇ ଘଟସ୍ଥାପନା କରାଯାଇଥିଲା । ପରେ ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ଗୋପୂଜା, କଳସ ପୂଜା, ଦ୍ୱାରପାଳ ପୂଜା, ଧ୍ୱଜା ଉତ୍ତୋଳନ, ଶନିଶିଳା, ପଞ୍ଚମୁଖୀ ହନୁମାନ ବିଗ୍ରହ ପ୍ରତିଷ୍ଠା, ମାକାଳୀଙ୍କ ଉପାସନା, ସପ୍ତଚଣ୍ଡି ପୂଜା, ଗୀତାଯଜ୍ଞ, ମହାସ୍ନାନ ଆଦି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ଶାନ୍ତନୁ ପଣ୍ଡା, ନାରାୟଣ ମିଶ୍ର, ପ୍ରତାପ ଚନ୍ଦ୍ର ବାହିନୀପତି, ଚିନ୍ତାମଣି ତ୍ରିପାଠୀ, ବିଶ୍ୱନାଥ ପାଣିଗ୍ରାହୀ, ସୁରେନ୍ଦ୍ର କର, ଗୌରାଙ୍ଗ ମିଶ୍ର ପୂଜା କାର୍ଯ୍ୟ ତୁଲାଇଥିଲେ । କର୍ତ୍ତା ଭାବରେ ବିଜୟ କୁମାର ନାୟକ, ପ୍ରଭାସିନୀ ନାୟକ ଥିଲେ । ସ୍ୱର୍ଗତ ସୁଧାକର ନାୟକଙ୍କ ସ୍ମୃତିରେ ଶନିଦେବଙ୍କ ପୁସ୍ତକ ସ୍ୱୟଂ ଆବିର୍ଭାବ ଉନ୍ମୋଚିତ ହୋଇଥିଲା । ସୋମବାର ଶନି ଶିଳା ଓ ପଞ୍ଚମୁଖୀ ହନୁମାନ ବିଗ୍ରହ ପ୍ରତିଷ୍ଠା ଏବଂ ମଂଗଳବାର ଶନିଦେବଙ୍କ ୧୦୮ ଆହୂତି ଓ ପୂର୍ଣ୍ଣାହୂତି କାର୍ଯ୍ୟ ଅନୁଷ୍ଠିତ ହେବ । ପ୍ରତ୍ୟେହ ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଉକ୍ତ ଉତ୍ସବରେ ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ଭିଡ ଜମୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ