ଶାଳଣିଆଁରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ 

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଶାଳଣିଆଁ ମହାବୀର ପୂଜା କମିଟି ଓ ଲକ୍ଷ୍ମୀବଜାର ପୂଜା କମିଟି ପକ୍ଷରୁ ଦୁଇଗୋଟି ପୂଜା ମଣ୍ଡପରେ ପ୍ରସିଦ୍ଧ ଗଜଲକ୍ଷ୍ମୀପୂଜା ଅନୁଷ୍ଠିତ ହେଉଛି । କୋଭିଡ କଟକଣା ନିଷ୍ପତିକୁ ସମ୍ମାନ ଜଣାଇ ନିରାଡମ୍ବର ଭାବେ ଏଠାରେ ପୂଜା ଆରମ୍ଭ ହୋଇଛି । ଶୁକ୍ରବାର ରାତିରେ ଘଟ୍ଟନିମଜ୍ଜନ କରାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯିବାପରେ ପଣ୍ଡିତ ମାନଙ୍କ ଦ୍ୱାରା ବେଦମନ୍ତ୍ରରେ ପୂଜାର୍ଚ୍ଚନା କରାଯାଇଥିଲା । ପୂର୍ବରୁ ଏଠାରେ ପୂଜା ୭ଦିନ ଧରି ଚାଲୁଥିବାବେଳେ ଚଳିତବର୍ଷ କରୋନା ପାଇଁ ଏହାକୁ ୩ଦିନ କରାଯାଇଛି । ଶାଳଣିଆଁ ଲକ୍ଷ୍ମୀବଜାରରେ ପଣ୍ଡିତ ଅନନ୍ତ ଗୋପାଳ ପଣ୍ଡାଙ୍କ ଦ୍ୱାରା ପୁଜାର୍ଚ୍ଚନା ଚାଲିଥିବାବେଳେ ମାୟାଧର ରଣା, ରାଜ କିଶୋର ସ୍ୱାଇଁ, ମାନସ ବେହେରା, ପଙ୍କଜ ନାୟକ, ଅଙ୍ଗଦ ସାହୁ, ମହେଶ୍ୱର ସାହୁ, ଟୁକୁନୁ ବେହେରା ପ୍ରମୁଖ କର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରୁଥିବାବେଳେ ଅନାଥ ଚରଣ ନାୟକ, ପ୍ରତାପ ଦେଓ, ସୁବାସ ଚନ୍ଦ୍ର ପେଡା, କାଳନ୍ଦୀ ଚରଣ ସାହୁ, ବିରେନ୍ଦ୍ର କୁମାର ବିଶ୍ୱାଳ, ଶରତ ବାରିକଙ୍କ ସମେତ ପୂଜା କମିଟିର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ସେହିପରି ମହାବୀର ପୂଜାକମିଟି ପକ୍ଷରୁ ଅନୁଷ୍ଠିତ ପୂଜାକୁ ପଣ୍ଡିତ ଗଣେଶ୍ୱର ଦ୍ୱବେଦୀ, କାର୍ତ୍ତିକେଶ୍ୱର ଦିବେଦୀ ପୂଜାର୍ଚ୍ଚନା କରୁଥିବାବେଳେ କିଶୋର ସିଂ, ଅନନ୍ତ କୁମାର ସାହୁ ପ୍ରମୁଖ କର୍ତ୍ତଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରିଥିବାବେଳେ ଶରତ କୁମାର ଯାଦବ, ଚିତ୍ତବିଜୟ ପାଣିଗ୍ରାହୀ,ପର୍ଶୁରାମ ବାରିକ, ବିଦ୍ୟାଧର ଶଙ୍ଖୁଆ, ସୁବାସ ସ୍ୱାଇଁ, ଉମାକାନ୍ତ ସାହୁ, ବିନୋଦ ବେହେରା, ରମେଶ ଚନ୍ଦ୍ର ସା, ନିରାକାର କବି, ପୁରୁଷୋତ୍ତମ ବାରିକ, କୈଳାଶ ପଲେଇ, ନୀଳକଣ୍ଠ ମହାକୁଡ, ସଞ୍ଜୟ ନାୟକ, ଅଭିମନ୍ୟୁ କବି ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ